ସାଧାରଣତନ୍ତ୍ର ଦିବସ ପାଇଁ ନୂଆ ଗାଇଡଲାଇନ ।

ରାତି ପହିଲେ ଦେଶ ପାଳିବା ସାଧାରଣତନ୍ତ୍ର ଦିବସ। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଉଛି। ତେବେ ଗାଇଡ଼ଲାଇନ ଅନୁଯାୟୀ ସାଧାରଣତନ୍ତ୍ର ଦିବସରେ ବ୍ୟକ୍ତିଗତ ଭାବରେ ନିଜ ଘରେ ପତାକା ଉତ୍ତୋଳନ କରିବା ପାଇଁ ପାଞ୍ଚ ଜଣକୁ ଅନୁମତି ଦିଆଯାଇଥିବା ବେଳେ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଦଶ ଜଣକୁ ନେଇ ପତାକା ଉତ୍ତୋଳନ କରାଯାଇପାରିବ। ପତାକା ଉତ୍ତୋଳନ ସମୟରେ କୋଭିଡ ଗାଇଡ଼ଲାଇନ ମାନି ସାମାଜିକ ଦୂରତା, ମାକ୍ସ ଓ ସାନିଟାଇଜେସନକୁ ଗୁରୁତ୍ଵ ଦିଆଯିବାକୁ କୁହାଯାଇଛି। ତେବେ ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏଭଳି ଗାଇଡ଼ ଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)।

Leave a Reply

Your email address will not be published. Required fields are marked *