ସାନ୍ତାଳୀ ମାନଙ୍କର ନିଆରା ପରମ୍ପରା, ପୂଜା ପାଇଲେ କଳା, ଧଳା ଓ ନାଲି କୁକୁଡ଼ା

 

ଆଦିମ କାଳରୁ ସାନ୍ତାଳୀ ମାନେ ଶାଳ ଗଛକୁ ପୂଜାର୍ଚ୍ଚନା କରି ଆସୁଛନ୍ତି । ବାହା ବଙ୍ଗା ପର୍ବରେ ଶାଖାର ଗଛକୁ ପୂଜା କଲେ ଭଲ ବର୍ଷା ହେବା ସାଙ୍ଗକୁ ବିଭନ୍ନ ରୋଗ ପୀଡା ଆଦିରୁ ମୁକ୍ତି ମିଳେ ବୋଲି ଏମାନଙ୍କର ମଧ୍ୟରେ ରହିଛି ଅଗାଢ ବିଶ୍ଵାସ। ସେଥିପାଇଁ ଏହି ପର୍ବରେ ସାନ୍ତାଳମାନେ 108 ପ୍ରକାରର ଫୁଲ, ପତ୍ର ଏବଂ ଡାଳ ଇତ୍ୟାଦିକୁ ଭୋଗ ଲଗାଇଥାନ୍ତି। ଏହି ସହିତ କଳା, ଧଳା ଏବଂ ନାଲି ରଙ୍ଗର କୁକୁଡ଼ା ମଧ୍ୟ ଗଛ ନିକଟରେ ପୂଜା କରନ୍ତି। ତେବେ ଏହି ପର୍ବରେ ଏକ ଅଜବ ନିୟମ ମଧ୍ୟ ରହିଛି। ପୂଜାରେ ଥିବା ଏହି ଫୁଲ ପତ୍ର ଡାଳ କିମ୍ବା କୁକୁଡାକୁ ଯଦି ଗାଁ ର କୌଣସି ବ୍ୟକ୍ତି ସ୍ପର୍ଶ କରନ୍ତି, ତେବେ ଗାଁ ମୁଖିଆ ମିଟିଂ ଡାକି ତାକୁ ଦଣ୍ଡ ଦେଇଥାନ୍ତି। ଏଠାକାର ଆଦିବାସୀମାନେ ବିଶ୍ବାସ କରନ୍ତି ଯେ, ଗଛ ଆମକୁ ପାଣି ପବନ ଯୋଗାଇ ଥାଏ । ତେଣୁ ଗଛର ପୁଲ ଫଳ କିନ୍ତୁ ଡାଳକୁ ନଷ୍ଟ କରିବା ଉଚିତ ନୁହେଁ। ଏହି ପୂଜାରେ ଆମ୍ବ ,ସାଳ, ସାଲମା ଫୁଲ ସହିତ ଚିଙ୍ଗଲି, ମହୁଲ ଏବଂ ନିମଫୁଲ ଭଳି ପ୍ରାୟ 108 ପ୍ରକାରର ଫୁଲ ପୂଜା କରା ଯାଇଥାଏ। ଏହି ପର୍ବ ତିନି ଦିନ ଧରି ନାଚ ଗୀତ ସହ ଧୁମଧାମରେ ପାଳନ କରିଥାନ୍ତି ଏଠାକାର ବାସିନ୍ଦା। ପ୍ରଥମ ଦିନକୁ ଜାହେର ଦାଲବ, ଦ୍ଵିତୀୟକୁ ବାହା ବଙ୍ଗା ଏବଂ ତୃତୀୟ ଦିନକୁ ଆ ରାଳା ଭାବେ ସାନ୍ତାଳମାନେ ପୂଜା କରିଥାନ୍ତି।

Leave a Reply

Your email address will not be published. Required fields are marked *