ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ

ଫୋକସ ପ୍ଲସ ୧୧/୬/୨୨ (ରାଇରଙ୍ଗପୁର): ସାନ୍ତାଳୀ ସମାଜର ଭାଷାର ଲିପି ‘ଅଲଚିକି’ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଜନ୍ମପୀଠ ଦାଣ୍ଡବୋଷ ଗ୍ରାମକୁ ଆଜାଦୀ କି ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ଜଳ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ରାଇରଙ୍ଗପୁ ସ୍ଥ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ଏକ ଖବରଦାତା ସମ୍ମିଳନୀରେ ଆଦର୍ଶ ସାଂସଦ ଗ୍ରାମ ଭାବେ ଗ୍ରହଣ କରିବା ସହ ଏହାକୁ ବିଶ୍ବ ସ୍ତରୀୟ ଆଧ୍ୟାତ୍ମିକ ତୀର୍ଥସ୍ଥଳୀ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ ।ସେ ତାଙ୍କ ଅନୁଦାନ ପାଣ୍ଠିରୁ ୭ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ଏଥିପାଇଁ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ , ସଂସ୍କୃତି ବିଭାଗ ଏବଂ କୋଲକାତାର ଏକ ସ୍ବତନ୍ତ୍ର ରିସର୍ଚ ଟିମଙ୍କୁ ରଘୁନାଥ ମୁର୍ମୁଙ୍କ ଜନ୍ପପୀଠ, ଓ ସମାଧୀ ସ୍ଥଳ,ଓ ପାରିପାର୍ଶ୍ବିକ ପରିବେଶକୁ ପରିଦର୍ଶନ କରାଇ ଏହାର ଉନ୍ନତିକରଣ ପାଇଁ ଏକ ପ୍ରାରମ୍ଭିକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ।ଏଠାରେ ପାର୍କ, ମୂର୍ତ୍ତି, ସଂଗ୍ରାହଳୟ,ପାଠାଗାର,ଗବେଷଣା କେନ୍ଦ୍ର,କଳା ମଣ୍ଡପ,ଯାତ୍ରୀ ନିବାସ,ଗେଷ୍ଟ ହାଉସ,ପୋଖରୀ ସୌନ୍ଦର୍ଯ୍ୟ କରଣ,ପାହାଡ଼ ଓ ସବୁଜ ବନାନୀ ଉନ୍ନତିକରଣ, ରାସ୍ତା ନିର୍ମାଣ,ନାଳ,ଆକର୍ଷଣୀୟ ତୋରଣ ନିର୍ମାଣ, ପୋଖରୀ ସୌନ୍ଦର୍ଯ୍ୟ କରଣ, ପୂଜା ସ୍ଥଳୀ ନିର୍ମାଣ, ସଭାଗୃହ ନିର୍ମାଣ, ଏନ୍ତୁଡ଼ିଶାଳ ନିର୍ମାଣ,ସାଧନପୀଠ ନିର୍ମାଣ ,ଶବ୍ଦ ଓ ଆଲୋକସଜ୍ଜା, ସହ ଆକର୍ଷଣୀୟ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ କମିଟି କୁ ନେଇ ବିକାଶ କାର୍ଯ୍ୟକ୍ରମ ଆଗେଇବ ବୋଲି ଗଣମାଧ୍ୟମକୁ ସୂଚାଇଥିଲେ ।ଆଜାଦୀ କୀ ୭୫ ବର୍ଷ ଉପଲକ୍ଷେ ବର୍ଷ ତମାମ ରଘୁନାଥ ମୁର୍ମୁ ଙ୍କ ଜନ୍ମର ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ବରୁଣ ଦେ ,ସଂଜୟ ନାୟକ , ଭୀମରାଓ ମୁର୍ମୁ ଙ୍କ ସମେତ ବହୁ ସାନ୍ତାଳୀ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *