ସାମ୍ବାଦିକ ସଂଘର ସ୍ଵାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା

ଫୋକସ ପ୍ଲସ(ଭଞ୍ଜନଗର)୨/୦୮/ ୨୦୨୨:ଦଶ ଦିନ ପୂର୍ବରୁ ଭଞ୍ଜନଗର ସାମ୍ବାଦିକ ସଂଘ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ 24 ଡାକ୍ତର ବଦଳ ରେ 12 ଡାକ୍ତର,ଡ଼ାକ୍ତର ଅଭାବ ସତ୍ତ୍ୱେ ତିନି ଡ଼ାକ୍ତରଙ୍କୁ ଅନ୍ୟତ୍ର ବଦଳି,30 ଜଣ ସେବିକା ବଦଳରେ ମାତ୍ର 13 ଜଣ ସେବିକା ଥିବା ଅଭିଯୋଗ ସହିତ ରକ୍ତଭଣ୍ଡାରରକୁ 24 ଘଣ୍ଟିଆ କାର୍ଯ୍ୟକ୍ଷମ କରିବା, ଅଲଟ୍ରାସାଉଣ୍ଡ୍ ବ୍ୟବସ୍ଥାକୁ କେବଳ ଗୁରୁବାର ବଦଳରେ ସବୁଦିନିଆ କରାଇବା ବିଭିନ୍ନ ଦାବି ନେଇ ସରକାରଙ୍କୁ ଚିଠି ଲେଖିଜଣାଇ ଥିଲେ I କିନ୍ତୁ ଚିଠିକୁ ଦଶ ଦିନ ପୁରି ଯାଇଥିଲେ ମଧ୍ୟ ସରକାର ଆଜି ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନେଇନଥିଲେ I ତେଣୁ ଆଜି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ସଭାପତି ଜୟକୃଷ୍ଣ ପଟ୍ଟନାୟକ ନେତୃତ୍ୱରେ ସଂଘ ସଦସ୍ୟ ମାନେ ଡ଼ାକ୍ତର ନିଯୁକ୍ତି ସହିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ଲୋଗାନ୍ ଦେଇ ଭଞ୍ଜନଗର ସହର ପରିକ୍ରମା କରିବା ସହିତ ବର୍ତ୍ତମାନ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଭଞ୍ଜନଗର ସାମ୍ବାଦିକ ସଂଘକୁ ସମର୍ଥନ ଜଣାଇ ଆନ୍ଦୋଳନରେ
ସାମିଲ ହୋଇଛନ୍ତି I

ଭଞ୍ଜନଗର ରୁ ଆଶିଷ କୁମାର ଗୌଡ଼ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *