ସାମ୍ବାଦିକ ସଂଘ ପାଳିଲେ ଅମୃତ ମହୋତ୍ସବ

ଫୋକସ ପ୍ଲସ(ଟାଙ୍ଗୀ)୧୪/୦୮/୨୦୨୨:ଟାଙ୍ଗୀ ମିଡ଼ିଆ ସେବା ସଂଘ ଓ ନବ ଯୁଗ କ୍ଲବ ପକ୍ଷରୁ ଆୟୋଜିତ ହୋଇଥିଲା ସ୍ୱାଧିନତା ର ଅମୃତ ମହୋତ୍ସବ । ସ୍ୱାଧୀନତାର ୭୫ ବର୍ଷର ଉତ୍ସବକୁ ଅଧିକ ସ୍ୱତନ୍ତ୍ର ଏବଂ ମହାନ୍ କରିବା ପାଇଁ ସାରା ଭାରତ ବର୍ଷରେ ପାଳନ କରାଯାଉଛି ଏହି ଅମୃତ ମହୋତ୍ସବ । ପ୍ରତ୍ୟେକ ଭାରତୀୟ ତା’ର ଭାବନାରେ ଆମ ସଂଗ୍ରାମମୟ ଇତିହାସର ପୃଷ୍ଠା ଓଲଟାଇ ଆମ ପାଇଁ ଲହୁ-ଲୁହ ଦେଇ ସ୍ୱାଧୀନତା ଆଣି ଦେଇଥିବା ମହାପୁରୁଷ ମାନଙ୍କର ବଳିଦାନକୁ ସ୍ମରଣ କରିବାର ଆବଶ୍ୟକତା ରହିଛି । ଏହି ଉପଲକ୍ଷେ ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ଖୋର୍ଦ୍ଧା ଜିଲ୍ଲାରେ ପରିଗଣିତ ହେଉଥିବା ଟାଙ୍ଗୀ ମିଡ଼ିଆ ସଂଘ ପକ୍ଷରୁ ଆୟୋଜିତ।ହୋଇଥିବା ଏହି ମହୋତ୍ସବରେ ଟାଙ୍ଗୀ ଅଞ୍ଚଳର ବହୁ ଯୁବ ସଂଗଠନ ସାମିଲ ହୋଇଥିଲେ । ବିଶେଷ କରି ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠ ର ସମର ଶିକ୍ଷାର୍ଥୀ ବାହିନୀ , ସ୍କାଉଟ୍ ଗାଇଡ୍ ଏବଂ ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ପାଇକ ଆଖଡା ସଂଗଠନ ମା’ ମଙ୍ଗଳା ପାଇକ ଆଖଡା ( ରତନପୁର ) , ବୁଦ୍ଧିଜୀବୀ , ସମାଜସେବୀ , ଯୁବଗୋଷ୍ଠୀ ସାମିଲ ହୋଇ ତ୍ରିରଙ୍ଗା ପଦଯାତ୍ରା କରିଥିଲେ । ଏହି ଅମୃତ ମହୋତ୍ସବ ର ମୂଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ , ସମ୍ମାନୀତ ଅତିଥି ଭାବରେ ଟାଙ୍ଗୀ ଥାନା ନିରୀକ୍ଷକ ଦିଗବିଜୟ ବିଶ୍ୱାଳ , ଟାଙ୍ଗୀ ସରପଞ୍ଚ କିଶୋର କୁମାର ବେହେରା , ଟାଙ୍ଗୀ ସାମ୍ବାଦିକ ସଂଘ ର ସଭାପତି ରବୀନ୍ଦ୍ର କୁମାର ରଣା ପ୍ରମୁଖ ଯୋଗ ଦେଇଥିଲେ । ଟାଙ୍ଗୀ ମିଡ଼ିଆ ସେବା ସଂଘର ସମ୍ପାଦକ ସନ୍ତୋଷ ଚୈ।ଧୁରୀ , କୋଷାଧ୍ୟକ୍ଷ କାହ୍ନୁ ଚରଣ ବେହେରା , ଉପଦେଷ୍ଟା ଭାଗିରଥୀ ଛୋଟରାୟ , ନବ ଯୁଗ କ୍ଲବ ର କୋଷାଧ୍ୟକ୍ଷ ବିପିନ ପ୍ରଧାନ , ଟାଙ୍ଗୀ ଯୁବ ଗୋଷ୍ଠୀର ସଭାପତି ଗିରୀଶ ବେହେରା , ଯୁବ ସଂଗଠକ ନନ୍ଦ କିଶୋର ସ୍ୱାଇଁ , ସମର ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।

ଟାଙ୍ଗୀ ରୁ ବିଜୟବାହୁ ବଳେନ୍ଦ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *