ସାରା ବିଶ୍ଵରେ ଧାନ ଉତ୍ପାଦନରେ ପ୍ରଥମ ଭାରତ ।

ଫୋକସ ପ୍ଲସ 11/02/2023( ବ୍ୟୁରୋ):ଚାଉଳ ଜୀବନର ଶସ୍ୟ । ଖାଦ୍ୟ ସୁରକ୍ଷାରେ ଚାଉଳର ଭୂମିକା କଣ ସମସ୍ତଙ୍କୁ ଜଣା । ଚାଉଳ ଉତ୍ପାଦନ ଆମ ଅର୍ଥନୀତିକୁ ସମୃଦ୍ଧ କରିଛି। ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଇଣ୍ଡିଆନ ରାଇସ୍‌ କଂଗ୍ରେସର ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଆହୁରି କହିଛନ୍ତି, ଯୁବ ବୈଜ୍ଞାନିକ, ବିଶେଷ କରି ମହିଳା ବୈଜ୍ଞାନିକଙ୍କୁ ଦେଖି ମୁଁ ବହୁତ ଖୁସି । ବିଭିନ୍ନ ପୂଜାପର୍ବାଣୀରେ ଧାନର ଭୂମିକା ଅନସ୍ୱୀକାର୍ଯ୍ୟ । ଭାରତ ସର୍ବାଧିକ ଚାଉଳ ରପ୍ତାନି କରି ଅନ୍ୟ ଦେଶକୁ ମଧ୍ୟ ଖାଦ୍ୟ ଯୋଗାଉଛି। ଇକୋଫ୍ରେଣ୍ଡଲି ଉପାୟରେ ଧାନ ଉତ୍ପାଦନ କରୁଥିବାରୁ କୃଷି ବୈଜ୍ଞାନିକମାନଙ୍କୁ ଧନ୍ୟବାଦ । ଏଥିରେ ଉଦବୋଧନ ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି, କୃଷି ଓ କୃଷକଙ୍କର ବିକାଶଲାଗି ନରେନ୍ଦ୍ର ମୋଦୀଙ୍କ ସରକାର ନିରନ୍ତର ଚେଷ୍ଟା ଚଳାଇଛି ।.ଭାରତ ସାରା ବିଶ୍ୱରେ ଧାନ ଉତ୍ପାଦନରେ ପ୍ରଥମ ହୋଇଛି। ପିଏମ୍ କିସାନ ସମ୍ମାନ ନିଧି ପ୍ରଚଳନ କରି କେନ୍ଦ୍ର ସରକାର ଏଯାଏ ସାଢ଼େ ୧୧ କୋଟି କୃଷକଙ୍କୁ ୨.୨୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛନ୍ତି । ବିଦ୍ୟାଧରପୁର ଜାତୀୟ ଧାନ ଗବେଷଣା ଅନୁଷ୍ଠାନରେ ଦ୍ୱିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ବି ଉପସ୍ଥିତ ଥିଲେ। ଏହି ଅବସରରେ ରାଷ୍ଟ୍ରପତି ଓ ରାଜ୍ୟପାଳ କେତେକ ପୁସ୍ତକ ଉନ୍ମୋଚନ କରିଥିଲେ।

Leave a Reply

Your email address will not be published. Required fields are marked *