ସାର ପାଇଁ ହନ୍ତସନ୍ତ ଚାଷୀ

ଫୋକସ ପ୍ଲସ (ବୋରିଗୁମ୍ମା)୩୦/୦୬/୨୦୨୨: ଚାଷୀଙ୍କ ସମସ୍ୟା କଥା ପଚାରିଲେ ମୁହଁ ବୁଲେଇ ଦେଇ ପଳାଉଛନ୍ତି ମେଡମ ।ସାର ବଣ୍ଟନରେ ଅନିୟମିତତା ଅଭିଯୋଗ ପରେ ଅଞ୍ଚଳରେ ଚାଷୀ ଅସନ୍ତୋଷ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାମତା ଲେମ୍ପରେ ସାର ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣିଲେ ଚାଷୀ । ବଡ଼ ଚାଷୀଙ୍କୁ ମିଳୁଛି ଗାଡି ଗାଡି ସାର ,ଛୋଟ ଚାଷୀଙ୍କୁ ମିଳୁନି ବସ୍ତାଏ ବି ସାର ଏ ଭଳି ଅଭିଯୋଗ ଆଣିଛନ୍ତି କାମତା ଅଞ୍ଚଳରେ ଚାଷୀ ।।ଧାନ ରୁଆକାମ ଆରମ୍ଭ ହୋଇଥିବା ବେଳେ ନାହିଁ ନଥିବା ହଇରାଣ ହେଉଛନ୍ତି ଚାଷୀ ।ମୁହଁ ଦେଖି କାରବାର କରୁଛନ୍ତି ଲେମ୍ପ କର୍ମଚାରୀ । ବାରମ୍ବାର ଲେମ୍ପକୁ ଦୌଡ଼ିଲେ ମଧ୍ୟ ଗୁହାରି ଶୁଣିବାକୁ ଲେମ୍ପ କର୍ମଚାରୀଙ୍କ ଧାର୍ଯ୍ୟ ନାହିଁ ।ଏଭଳି ଅଭିଯୋଗ ନେଇ ଆଜି ଲେମ୍ପ ଘେରାଉ କରିଛନ୍ତି ଚାଷୀ । ଚଳିତ ଖରିପ ଚାଷ ପାଇଁ ଆସିଥିଲା ସାର କିନ୍ତୁ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା କାରଣରୁ ସମସ୍ତ ଚାଷୀଙ୍କୁ ମିଳିଲାନାହିଁ ତେଣୁ ଆବଶ୍ୟକ ଚାଷୀଙ୍କୁ ଯଥା ଶୀଘ୍ର ସାର ଯୋଗାଇ ଦେବା ପାଇଁ ଚାଷୀ ଦାବି କରିଛନ୍ତି । ସେପଟେ ଏ ସମ୍ପର୍କରେ ଜିଲ୍ଲାପାଳ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଅଞ୍ଚଳରେ ସାର ଅଭାଅକୁ କୁ ଦୂର କରନ୍ତୁ ବୋଲି ଦାବି କରିଛନ୍ତି ଅଞ୍ଚଳର ଜିଲ୍ଲାପରିଷଦ ସଭ୍ୟ ପିଙ୍କୁ ସତପଥୀ ।।

ତେବେ ଏହି ସାର ଅନିୟମିତତା ଅଭିଯୋଗକୁ ନେଇ ଲେମ୍ପ mdଙ୍କୁ ପ୍ରତିକ୍ରିୟା ମାଗିବାରୁ ଗଣ ମାଧ୍ୟମକୁ ଏଡାଇ ଦେଇଛନ୍ତି ମାଡାମ । ଆସିଥିବା ସାର ଯଦି ଠିକ ଭାବରେ ଚାଷୀଙ୍କୁ ବଣ୍ଟନ ହୋଇଥାନ୍ତା ତେବେ ଏ ସମସ୍ୟା ହୋଇ ନଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଥିବା ବେଳେ ବଳକା ଚାଷୀଙ୍କୁ କେବେ ସାର ମିଳୁଛି ତାକୁ ହିଁ ଦେଖିବା ବାକି ରହିଲା ।

ବୋରିଗୁମ୍ମା ରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *