ସାହସୀ ଓଡ଼ିଆ ଝିଅ

ଫୋକସ ପ୍ଲସ ୨୦/୦୬/୨୨(ବ୍ୟୁରୋ): ମୃତ୍ୟୁ କୁ ଅତି ପାଖରୁ ଦେଖି ସାରିଥିଲି ଏହି ଚାରି ପର୍ଯ୍ୟଟକ। ଆଉ କିଛି କ୍ଷଣ ମଧ୍ୟରେ ଏମାନେ ହୁଏତ ଆରପାରିକୁ ଚାଲି ଯାଇଥାନ୍ତେ। ଆଉ ଠିକ୍ ଏହି ସମୟରେ ଓଡ଼ିଆ ଝିଅ ଏମାନଙ୍କୁ ବଞ୍ଚାଇଥିଲେ। ହଁ ଦର୍ଶକ ବନ୍ଧୁ ଆମେ କହୁଚୁ ହିମାଚଳ ପ୍ରଦେଶ ର ରୋହତାଙ୍ଗ ପାସ୍ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇ ସାହସିକତା ର ପରିଚୟ ଦେଇଛନ୍ତି ଓଡ଼ିଆ ଝିଅ ଆକାଖ୍ୟା ସାହୁ ନିଜ ଜୀବନକୁ ବାଜି ଲଗେଇ ବରଫ ଭିତରେ ଫସି ରହିଥିବା ଚାରି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି। ଆକାଂକ୍ଷା ଙ୍କ ଘର ରାୟଗଡ଼ା ଜିଲ୍ଲା ରିଙ୍ଗ ରୋଡ ରେ ସେ ନିଜ ପରିବାର ସହ ରୋହତାଙ୍ଗ ପାସ୍ ବୁଲିବାକୁ ଯାଇଥିଲେ। ଶୁକ୍ରବାର ସକାଳ ର ଘଟଣା ସମସ୍ତେ ଗ୍ଲାସୀୟର ପଏଣ୍ଟ ର ବରଫଛନ ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରୁଥିବା ସମୟରେ ହଠାତ୍ ବର୍ଷା ହେବା ସହ ବରଫ ପାତ ହୋଇଥିଲା। ବରଫ ତରଳି ବା ଆରମ୍ଭ ହେବା ପରେ ଭୟଭୀତ ହୋଇ ତଳକୁ ଉଲ୍ଲା ଇ ବା କୁ ଚେଷ୍ଟା କରୁଥିଲେ। ତେବେ ରାଜସ୍ଥାନ ର ଦୁଇ ମହିଳା ସହ ତାଙ୍କର ଦୁଇ ଶିଶୁ ପାହାଡ଼ ଉପରେ ଫସି ଯାଇଥିଲେ।

Leave a Reply

Your email address will not be published. Required fields are marked *