ସାହାସିକତା ଦେଖାଇଲେ ମହିଳା

ଫୋକସ ପ୍ଲସ(ଜଳେଶ୍ୱର)04/08/2022: ନାରୀ ଅବଳା ନୁହେଁ, ନାରୀ ଦୁର୍ବଳ ନୁହେଁ | ନିଜ ସୁରକ୍ଷା କରିବା ଏବଂ ଅନ୍ୟାୟ ବିରୁଦ୍ଧରେ ଲଢ଼ିବା ତାକୁ ବେଶ ଭଲ ଭାବେ ଜଣା |
ପୁରୁଷ ପ୍ରାଧାନ୍ୟ ସମାଜରେ ରହି ପୁରୁଷଙ୍କ ଦ୍ୟୁରା ନିର୍ଯାତିତ ହୋଇ ଶେଷରେ ସମାଜରେ ନିଜର ଅଧିକାର ହାତେଇବାର କୌଶଳ ଶିଖି ଯାଇଛି |ହେଲେ ବି କିଛି ଅସାମାଜିକ ଲୋକଙ୍କ ନଜର ରୁ ନିଜକୁ ନିବୃତ ରଖି ପାରୁନି |ନାରୀର ଶାରୀରିକ ଗଠନ କୁ ନେଇ କିଛି ଅସାମାଜିକ ଲୋକଙ୍କ ଇଙ୍ଗୀତର ଶିକାର ହେବାକୁ ପଡୁଛି |ହେଲେ ଏଭଳି ନାରୀ ମାନଙ୍କ ପ୍ରତି ହୀନ ମାନସିକତା ରଖିଥିବା ଅସାମାଜିକ ବ୍ୟକ୍ତିଙ୍କ ପାଇଁ କିଛି ସାହସୀ ନାରୀ ମଧ୍ୟ ଅଛନ୍ତି ଯୋଉ ମାନେ କି ସେମାନଙ୍କୁ ସାବାଡ଼ କରିବାର ଶକ୍ତି ରଖିଛନ୍ତି | ତେବେ ଏମିତି ଜଣେ ନାରୀଙ୍କ ସାହାସିକତା କୁ ନେଇ ଚର୍ଚ୍ଚା ହେଉଛି |ଘଟଣା କିଛି ଏମିତି ଥିଲା …

ଜଳେଶ୍ୱର ରାଜପୁର ଠାରେ କିଛି ମହା ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଅଶ୍ଳୀଳ ବ୍ୟବହାର କରୁଥିବା ଦେଖି ଜଣେ ଅସାମାଜିକ ଯୁବକଙ୍କୁ ଧରି ମାଡ ମାରିଥିଲେ ମହିଳା | ପରେ ଯୁବକକୁ ଜଳେଶ୍ୱର ପୋଲିସ ଷ୍ଟେସନ ରେ ଦେଇଥିଲେ l ଏଭଳି ସାହାସିକତା ଦେଖାଇଥିବା ଜଣେ ଅଙ୍ଗନବାଡ଼ି ମହିଳାଙ୍କୁ ମେ ଆଇ ହେଲ୍ପ ୟୁ ଜଳେଶ୍ୱର ସାମଜିକ ସଂଗଠନ ତରଫରୁ ସମ୍ମାନିତ କରାଗଲା l ପ୍ରତ୍ୟକ ଭଉଣୀ ନିଜ ସମ୍ମାନ ବଞ୍ଚାଇବାର ଅଧିକାର ଅଛି ସଭିଏଁ ନିଜକୁ ଏକ ସୁଦୁଡ଼ ଓ ସାହସୀ ମହିଳା ଭାବେ ପରିଚିତ କରାଇପାରିଲେ କୌଣସି ଭଉଣୀଙ୍କ ଉପରେ କିଛି ବିପଦ ଆସିବ ନାହିଁ ବୋଲି ମେ ଆଇ ହେଲ୍ପ ୟୁ ମୋ ପରିବାର ସାମାଜିକ ସଂଗଠନ ପ୍ରତିଷ୍ଠାତା ଜଗନ୍ନାଥ ପରିଡା କହିଛନ୍ତି | ଏହି ଯୁବକ ଜଣକ କାଦରିୟା ବସ୍ତି ଅଞ୍ଚଳର ଜଣା ପଡିଛି ଏହି ମହାନ କାଯ୍ୟକ୍ରମ ରେ ଉପଦେଷ୍ଟା ଶାନ୍ତନୁ ସେନାପତି, ମନୋରଞ୍ଜନ ପ୍ରଧାନ, ଯୋଗେସ ରାଠି, ଏମ ଡି ରାଜୁ, ଏବଂ ସମ୍ପାଦକ ତୋଫାନ ଆଚାର୍ଯ୍ୟ ଉପସ୍ଥିତ ଥିଲେ l

ଜଳେଶ୍ୱର ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *