ସିଂହବାହିନୀ ବେଶରେ ”ମା” ମଙ୍ଗଳାଙ୍କ ଚଳନ୍ତିପ୍ରତିମା

ଫୋକସ ପ୍ଲସ(କୋଣାର୍କ): ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ସିଂହବାହିନୀ ବେଶରେ ଠାବ କଲେ ମହିସାଶୁର”ମା”ମଙ୍ଗଳା ।ପାର୍ବଣରେ ପ୍ରତ୍ୟେକ ଶକ୍ତିପିଠରେ ମାହାତ୍ମ୍ୟ ଅନେକ ରହିଥାଏ । ତନ୍ମଧ୍ୟରୁ ଶାନ୍ତ ସ୍ଵରୂପିଣୀ ମଙ୍ଗଳ ଦାୟିନୀ ମା ମଙ୍ଗଳାଙ୍କ ଶକ୍ତିପୀଠର ମାହାତ୍ମ୍ୟ ଅନ୍ୟତମ ଅଟେ । ପାର୍ବଣ ପାଳିତ ହୁଏ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ । ଆସନ୍ତୁ ଶୁଣିବା ଏ ନେଇ କଣ କୁହନ୍ତି ମା ମଙ୍ଗଳା ଙ୍କ ପୂଜାପଣ୍ଡା ସେବାୟତ।ପାର୍ବଣ ରେ ପ୍ରତ୍ୟେକ ସମସ୍ତ ଶକ୍ତିପୀଠ ରେ ବିଭିନ୍ନ ବାରରେ ମାତୃଶକ୍ତି ମାନଙ୍କର ଅନେକ ପ୍ରକାର ବେସ ରେ ସାଜସଜ୍ଜା ହୋଇଥାନ୍ତି ମା। ସେହିପରି ପୁରୀ ଜିଲ୍ଲାର ଅନ୍ୟତମ ଶକ୍ତି ପୀଠ ଭାବରେ ପରିଚିତ ମା ମଙ୍ଗଳା ଶକ୍ତିପିଠ। ଅନେକ ଶକ୍ତିପୀଠ ଠାରୁ ଅନ୍ୟତମ ଶକ୍ତି ପୀଠ ମଙ୍ଗଳା ଙ୍କ ଶକ୍ତିପୀଠ, ଯାହାକି ଜଗନ୍ନାଥ ମନ୍ଦିର ସହିତ ଜଡିତ ଥିବା |

ବେଳେ ଅନେକ ଭକ୍ତ ଆସି ନିଜର ମଙ୍ଗଳ କାମନା କରିବା ସହ ପରିବାର ର ମଙ୍ଗଳ କାମନା କରିଥାନ୍ତି ।ଆସିନ୍ୟ ମାସ ଶୁକ୍ଳ ସପ୍ତମୀ ତିଥିରେ ସମସ୍ତ ଦେବୀ ପୀଠ ମାନଙ୍କରେ ମାତୃ ଶକ୍ତି ମାନଙ୍କୁ ଯଥା ସପ୍ତମୀରେ ସିଂହ ବାହିନୀ, ମହାଷ୍ଟମୀରେ ମାଙ୍କ ସନ୍ଧି ପୂଜା କରାଯିବା ସହିତ ,ମହିଁଷା ମର୍ଦିନୀ ବେଶ କରାଯାଇ ମା ଙ୍କ ନିକଟରେ ବଳି ଦିଆଯିବାର ବିଦ୍ଧି ବ୍ୟବସ୍ଥା ରହିଥାଏ । ଯେଉଁଥି ପାଇଁ ମା ଙ୍କ ଦର୍ଶନ କରିବା ପାଇଁ ଦୂର ଦୁରାନ୍ତରୁ ଅନେକ ଶ୍ରଦ୍ଧାଳୁ ଆସି ମା ଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଥିବାକୁ ଆସନ୍ତି ।

ବର୍ଷ ତମାମ ମା ଙ୍କର ପ୍ରତ୍ୟହ ପଞ୍ଚ ଉପଚାର ପୁଜା କରାଯାଉଥିବା ବେଳେ, ଏହି ପାର୍ବଣ ସମୟରେ ପ୍ରତ୍ୟହ ମା ଙ୍କର ଷୋଡଶ ଉପଚାରରେ ପୁଜାର୍ଚ୍ଚନା କରାଯିବା ସହିତ ବିଭିନ୍ନ ବେଶରେ ପୁଜା ପାଇଥାନ୍ତି ମା ମଙ୍ଗଳା । କିନ୍ତୁ ଆଜିର ଦିନରେ ମାଙ୍କ ଚଳନ୍ତି ପ୍ରତିମା ଏକ ବିମାନରେ ବସି ଘଣ୍ଟ ପଖୋଜ ର ତାଳେ ତାଳେ ମନ୍ଦିର ବାହାରକୁ ଯାଇ ମା ମହିସାଶୁର ଠାବ କରିଥାନ୍ତି।ପରେ ଫେରିବା ପରେ ମାଙ୍କ ମନ୍ଦିର ଦ୍ଵାର ଖୋଲା ଯାଇ ଭକ୍ତ ମାନଙ୍କୁ ମା ଦର୍ଶନ ଦେଇଥାନ୍ତି ।ଅନେକ ଦୂରଦୂରାନ୍ତ ରୁ ମାତୃ ଭକ୍ତ ମାନେ ଆସି ଆଜିର ଦିନରେ ମାଙ୍କ ନିକଟରେ ଦୀପଟିଏ ଜାଳି ନିଜର ତଥା ନିଜ ପରିବାର ମଙ୍ଗଳ କାମନା କରି ଥାଏ ।

କୋଣାର୍କରୁ ଆଶିଷ ରଞ୍ଜନ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *