ସିକ୍ୟୁରିଟିଗାର୍ଡ ଥିବା ଅବସ୍ତାରେ ବାଇକ ଚୋରି ||

ଫୋକସ ପ୍ଲସ 28/12/2022(ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ କୁର୍ଲୁଭଟା ଗ୍ରାମର ଗତ ୧୮ ତାରିଖ ଦିନ ଶ୍ରୀପତି ଦୀପ ଓ ତାଙ୍କବାପା ଜଗବନ୍ଧୁ ଦୀପଙ୍କ ସ୍ୱାସ୍ଥ୍ୟ ଠିକ ନଥିବାରୁ ବାପା ପୁଅ ଦୁଇଜଣ ବାଇକରେ ଟିଟିଲାଗଡ ସଭଡିଭିଜିନାଲ ହସ୍ପିଟାଲକୁ ଆସିଥିଲେ l ହସ୍ପିଟାଲରେ ବାପାଙ୍କୁ ଏଡ଼ମିଟ କରିଥିଲେ l ବେଡ଼ ନମ୍ବର ୧୮ ରେ ଚିକିତ୍ସିତ କରାଯାଉଥିଲା l ତେବେ ଶ୍ରୀପତି ଦୀପ ହସ୍ପିଟାଲ ଭିତରୁ ବାହାରକୁଆସି ତାଙ୍କନିଜ ବାଇକ ଯେଉପାଖରେ ହସ୍ପିଟାଲକୁ ରୋଗୀ ଆସିଲେ ବାଇକ ରଖନ୍ତି ସେ ପାଖରେ ବାଇକ ରଖିଥିଲେ ଆସି ସେ ଜାଗାରେ ଦେଖିଲା ବେଳକୁ ବାଇକ ନଥିଲା ତେବେ ଶ୍ରୀପତି ଦୀପ ବାଇକ କୁଆଡ଼େ ଗଲା କିଏ ଚୋରିକରି ନେଇଗଲା ବୋଲି ଭୟଭିତ ହୋଇପଡ଼ିଥିଲେ l ତେବେ ଟିଟିଲାଗଡ଼ ଥାନାକୁ ଯାଇବାଇକ ଚୋରି ହେଇଯାଇଥିବା ମାମଲା ରୁଜୁ କରିଥିଲେ l ତେବେ ଟିଟିଲାଗଡ଼ ପୋଲିସ ହସ୍ପିଟାଲକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚକରିଥିବା ବେଳେ ଏକ ଦୁର୍ବୁତ୍ତ ଗାଡିନମ୍ବର OD-03H7012ବାଇକ କୁ ବାହାର କରି ଷ୍ଟାର୍ଟକରିବାରେ ବିଳମ୍ବ ହେଇଥିଲା କିଛି ସମୟ ପରେ ବାଇକ ଷ୍ଟାର୍ଟ ହେଲା ପରେ l ଦୁର୍ବୁତ୍ତ ବାଇକ ଚୋରିକରିବାରେ ସକ୍ଷମ ହୋଇଥିଲା l ତେବେ ସେଠାରେ ସିକ୍ୟୁରିଟି ଗାର୍ଡ ଡିୟୁଟିରେ ଥିବାବେଳେ ଦୁର୍ବୁତ୍ତଙ୍କୁ ପାଖରେ ଦେଖୁଥିଲା ବେଳେହି ଜଣେ ଦୁର୍ବୁର୍ତ୍ତ ବାଇକ ଚୋରି କରିନେଇଯାଇଥିବା ଘଟଣା ଏବେ ଚର୍ଚ୍ଚାର ଜୋର ଧରିଛି l ତେବେ ଦେଖିବାକୁ ବାକିରହିଲା ଟିଟିଲାଗଡ ପୋଲିସ ଦୁର୍ବୁତ୍ତ ଙ୍କୁ ଧରିବାରେ କେବେ ସଫଳ ହେଉଛି l

Leave a Reply

Your email address will not be published. Required fields are marked *