ଫୋକସ ପ୍ଲସ(ବ୍ୟୁରୋ)୨୯/୦୮/୨୦୨୨: ଚାଚୋଙ୍ଗସାଓ ଥାଇଲ୍ୟାଣ୍ଡର “ଗଣେଶ ସହର” ଭାବରେ ଜଣାଶୁଣା |ଚାଚୋଏଙ୍ଗସାଓକୁ ଥାଇଲାଣ୍ଡର ‘ସିଟି ଅଫ୍ ଗଣେଶ’ ବୋଲି ମଧ୍ୟ କୁହାଯାଏ। କାରଣ ଏଠାକାର ତିନୋଟି ମନ୍ଦିରରେ ଅଛି ତିନୋଟି ବିରାଟକାୟ ଓ ଭିନ୍ନ ପ୍ରକାରର ଗଣେଶଙ୍କ ମୂର୍ତ୍ତି। ଆଉ ଏହି ପ୍ରତିମୂର୍ତ୍ତିଗୁଡିକୁ ପୃଥିବୀର ସବୁଠାରୁ ବୃହତ୍ ଭାବେ ଗଣନା କରାଯାଏ। ଏଠାରେ ଥିବା ସବୁଠୁ ଉଚ୍ଚା ବସିଥିବା ଗଣେଶ ମୂର୍ତ୍ତି ୪୯ ମିଟର ଅଟେ, ଯାହା ଫ୍ରୋଙ୍ଗ ଆକତ ମନ୍ଦିରରେ ଅଛି। ଆଉ ସବୁଠାରୁ ଉଚ୍ଚା ଠିଆ ହୋଇଥିବା ଗଣେଶ ମୂର୍ତ୍ତି ୩୯ ମିଟରର ଅଟେ, ଯାହା ଖ୍ଲୋଙ୍ଗ ଖୁଇଆନ ଗଣେଶ ଇଣ୍ଟରନ୍ୟାଶନାଲ ପାର୍କରେ ଅଛି। ସବୁଠୁ ଉଚ୍ଚା ବିଶ୍ରାମ ମୁଦ୍ରାର ପ୍ରତିମୂର୍ତ୍ତି ଯାହାର ଉଚ୍ଚତା ୧୬ ମିଟର ଓ ଲମ୍ବ ୨୨ ମିଟର, ତାହା ସମନ ଓ୍ବତ୍ତନରାମ ମନ୍ଦିରରେ ଅଛି। ଏହାବାଦ୍ ଗଣେଶଙ୍କର ଆହୁରି ଅନେକ ଗଣେଶ ପ୍ରତିମୂର୍ତ୍ତି ଥାଇଲାଣ୍ଡସାରା ଅଛି |
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |