ଫୋକସ ପ୍ଲସ(ସିନାପାଲି): ସ୍ଥାନୀୟ ମେହେର ଯୁବାମଂଚ ତରଫରୁ ରବିବାର ନୂଆଁଖାଇ ଭେଟଘାଟ ‐ “ମଙ୍ଗାଶାଲ” ସମାରୋହରେ ଅନୁଷ୍ଠିତ ହୋଇଛି l ସକାଳୁ ଗ୍ରାମ୍ଯଦେବୀ ମାଁ ମହୁଲଗଛିଏନ୍ ପୀଠରୁ ଯୁବାମଂଚ ସଦସ୍ଯ ଆଜ୍ଞାମାଳା ଧରି ଆସିଲା ପରେ କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଥିଲା l ଯୁବାମଂଚର ସଭାପତି ଆଲୋକ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଅତିଥି ଭାବରେ ନିଖିଳ ଓଡ଼ିଶା ମେହେର ସମାଜ ସଭାପତି ବୈଶମ୍ପାୟନ ମେହେର, ସମାଜର ନୂଆପଡ଼ା ଜିଲ୍ଲା ସଂପାଦକ ସୁରେଶ୍ୱର ମେହେର, ସିନାପାଲି ଗ୍ରାମ୍ଯ ସଭାପତି ଟେଣୋ ମେହେର, ଯୁବ ଲେଖକ ବୈଷ୍ଣବ ମେହେର, ସରପଂଚ ସୁନୀତା ମେହେର ଯୋଗଦାନ କରିଥିଲେ l ସାମାଜିକ ଏକତ୍ରୀକରଣ ସହ ଜାତିର ସଂସ୍କୃତି ଓ ଶୃଙ୍ଖଳାକୁ ବଜାୟ ରଖି ପରସ୍ପର ମଧ୍ଯରେ ସହଭାଗିତା ରକ୍ଷା ନିମନ୍ତେ ନୂଆଁଖାଇ ଭେଟର ଭୂମୀକା ମହତ୍ୱପୂର୍ଣ୍ଣ ବୋଲି ସଭାରେ ମତ ପ୍ରକାଶ ପାଇଥିଲା l
ଏ ଅବସରରେ ଯୁବ ପ୍ରତିଭା ବୈଷ୍ଣବ ମେହେର, ପୁଜା ମେହେର, ବଳରାମ ମେହେରଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିବା ବେଳେ ମଣ୍ଟୁ , ଜିତୁ ଓ ପ୍ରଭାତ ମାନପତ୍ର ପାଠ କରିଥିଲେ l
ପ୍ରାରମ୍ଭରେ ସାନୁର୍ଯ୍ଯ ମେହେର ମଂଚକୁ ସ୍ୱାଗତ କରିଥିବା ବେଳେ ପରମେଶ୍ବର ମେହେର ସମ୍ବର୍ଦ୍ଧନା କାର୍ଯ୍ଯକ୍ରମ ପରିଚାଳନା କରିଥିଲେ l ମେହେର ଜାତିର କୌଳିକ ବୃତ୍ତି ଲୁଗାବୁଣାର ବିଭିନ୍ନ ପାରମ୍ପରିକ ଯଂତ୍ରପାତିର ପ୍ରଦର୍ଶନୀ ଲୋକଙ୍କୁ ବେଶ ଆକୃଷ୍ଟ କରିଥିଲା l ଏ ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର ବିଜେତା ମାନଙ୍କୁ ମଂଚରେ ପୁରସ୍କୃତ କରାଯାଇଥିବା ବେଳେ, ପୁରସ୍କାର ବିତରଣକୁ ପ୍ରବୀଣ କୁମାର ମେହେର ପରିଚାଳନା କରିଥିଲେ l ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମକୁ ମଳୟ, ସୁଦର୍ଶନ, ନମୀତା ପରିଚାଳନା କରିଥିଲେ l ବିଭିନ୍ନ ଡିଜାଇନର ସମ୍ୱଲପୁରୀ ପିନ୍ଧନକୁ ନେଇ ରେମ୍ପ ସୋ ପରିବେଷଣ କାର୍ଯ୍ଯକ୍ରମର ମୁଖ୍ଯ ଆକର୍ଷଣ ପାଳଟି ଥିଲା l କାର୍ଯ୍ଯକ୍ରମରେ ଯୁବାମଂଚର ଛଅ ଶହରୁ ଅଧିକ ସଭ୍ଯସଭ୍ଯା ଉପସ୍ଥିତ ଥିବା ବେଳେ ଶେଷରେ ସୁରଜ ମେହେର ଧନ୍ଯବାଦ ଦେଇଥିଲେ l
ସିନାପାଲିରୁ ପତ୍ରବନ୍ଧୁ ବାଗଙ୍କ ରିପୋର୍ଟ