ସିବିଆଇ ହାତରେ ଡାକ ନିରୀକ୍ଷକ

ଫୋକସ ପ୍ଲସ ୧୪/୬/୨୨ (ସୁନ୍ଦରଗଡ଼ ): ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ହାତରେ ଧରା ପଡ଼ିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକଘର ଡାକ ନିରୀକ୍ଷକ (ପୋଷ୍ଟାଲ ଇନ୍ସପେକ୍ଟର)ଉଜ୍ବଳ କୁମାର ।ତାଙ୍କ ଅଧିନରେ କାମ କରୁଥିବା ଜଣେ କର୍ମଚାରୀ ବିକାଶ କିସପଟ୍ଟା ଙ୍କ ୬ ମାସର ଦରମା ବିଲ କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିବା ସିବିଆଇ ସୂତ୍ରରୁ ପ୍ରକାଶ।ବିକାଶ ଚୁକ୍ତି ଭିତ୍ତିକ ଡାକ ସେବକ ଭାବେ କାର୍ଯ୍ୟ କରୁଥିଲେ ।ତାଙ୍କର ୬ ମାସର ଦରମା ବକେୟା ଥିଲା ।ଦରମା ବିଲ କରିଦେବାକୁ ବିକାଶ ଡାକ ନିରୀକ୍ଷକ ଙ୍କୁ ଅନେକ ଅନୁରୋଧ କରିଥିଲେ ।ଏତେ ଟଙ୍କା ଦେବା ପାଇଁ ବିକାଶ ନିଜ ଅକ୍ଷମତା ପ୍ରକାଶ କରିବାରୁ ନିରୀକ୍ଷକ ୫ ହଜାର ଟଙ୍କା ଦେବାକୁ କହିଥିଲେ ,ଟଙ୍କା ନ ଦେଲେ ବିଲ କରିବି ନାହିଁ କହି ତାଙ୍କୁ ହଇରାଣ କରୁଥିଲେ ,ବିକାଶ ଅନେକ ଦିନ ଧରି ଦୌଡି ଥିଲେ ମଧ୍ୟ ଉଜ୍ବଳ କୁମାର ତାଙ୍କ କଥା ଶୁଣି ନ ଥିଲେ।ଶେଷରେ ବିକାଶ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।ସିବିଆଇ ଏକ ମାମଲା ରୁଜୁ କରି ଡାକ ନିରୀକ୍ଷକ ଙ୍କୁ ଧରିବା ପାଇଁ ଯୋଜନା କରିଥିଲା ।ତେବେ ଜିଲ୍ଲା କାର୍ଯ୍ୟାଳୟରେ ବିକାଶ ଉଜ୍ବଳ କୁମାର ଙ୍କୁ ବିକାଶ ଟଙ୍କା ଦେଉଥିବା ବେଳେ ପୂର୍ବରୁ ସେଠାରେ ଛକି ରହିଥିବା ୭ ଜଣିଆ ସିବିଆଇ ଟିମ୍ ତାଙ୍କୁ କାବୁ କରିଥିଲା ।ତାଙ୍କ ହାତରୁ ୫ ହଜାର ଲାଞ୍ଚ ଟଙ୍କା ଜବତ କରିଥିଲା ।ଏହାପରେ ତାଙ୍କ କାର୍ଯ୍ୟଳୟ ଓ ଡେଙ୍ଗିଭାଡ଼ି ସ୍ଥିତ ଭଡା ଘରେ ସିବିଆଇ ତଲାସୀ ଚଳାଇ ତାଙ୍କୁ ଅଟକ ରଖିଥିଲା ।ଡାକ ନିରୀକ୍ଷକ ଉଜ୍ବଳ କୁମାର ଙ୍କ ଘର ବିହାରରେ ,ସେ ସୁନ୍ଦରଗଡ଼ କୁ ବଦଳି ହୋଇ ଆସି ଏଠାରେ କାମ କରୁଥିଲେ ,ଆଜି ରାତିରେ ତାଙ୍କୁ ଭୁବନେଶ୍ୱର ନିଆଯିବ ବୋଲି ସୂଚନା ମିଳିଛି ଏହାସହ ଚଢାଉ ଜାରି ରହିଛି ।

ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *