ସିବିଏସ୍‌ଇ ଦ୍ୱାଦଶ ବିଜ୍ଞାନ ପ୍ରଥମ ସ୍ଥାନରେ ପି.ଶ୍ରେୟାଂଶୁ ଅନୁପମ୍‌

ଫୋକସ ପ୍ଲସ (ତାଳଚେର)୨୩/୦୭/୨୦୨୨: ଦ୍ୱାଦଶ ବିଜ୍ଞାନରେ ଡେରା ଡିଏଭି ଛାତ୍ର ପି.ଶ୍ରେୟାଂଶୁ ଅନୁପମ୍‌ ଙ୍କ ସଫଳତା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ (ସିବିଏସ୍‌ଇ) ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବା ବେଳେ ଅନୁଗୋଳ ଜିଲାର ତାଳଚେର ଜଗନ୍ନାଥ ଏରିଆ ଡେରା ଡିଏଭି ଛାତ୍ର ପି.ଶ୍ରେୟାଂଶୁ ଅନୁପମ୍‌ ବିଜ୍ଞାନରେ ୯୮.୨ ନମ୍ବର ରଖି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାରୀ କରିଛନ୍ତି। ସେ ତାଳଚେର ସ୍ଵୟଂଶ।ସିତ ମହାବିଦ୍ୟାଳୟର ନୃତତ୍ଵ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ ଶଶାଙ୍କ ପ୍ରଧାନ ଓ କନକ ମଞ୍ଜରି ପ୍ରଧାନଙ୍କ ପୁତ୍ର ଅଟନ୍ତି। ତାଙ୍କର ଏହି ସଫଳତା ଶ୍ରେୟ ସେ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ବାପା ,ମା ଏବଂ ଜେଜେ ବାପାଙ୍କୁ ଦେଇଛନ୍ତି ।ଭବିଷ୍ୟତରେ ସେ ଜଣେ ଆଇଆଇଟି ଇଞ୍ଜିନିୟର ଏବଂ ସାଇବର ବିଶେଷଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁତାଙ୍କୁ ଶୁଭେଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *