ସିରିଜ ଚୋରି ମାମଲାର ପର୍ଦାଫାଶ, ୪ ଗିରଫ

ଫୋକସ ପ୍ଲସ (ଖଲ୍ଲିକୋଟ)୨୩/୦୭/୨୦୨୨: ଚଳିତ ବର୍ଷ ଗତ ୨୮ ତାରିଖ ଜାନୁଆରୀ ମାସ ଠାରୁ ୨୧ ଜୁଲାଇ ମାସ ସୁଦ୍ଧା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖଲ୍ଲିକୋଟ ସହର ହାଟପଡ଼ିଆ ,କେଶପୁର ,ମହେଶ୍ୱରପୁର ,ଓଁ ଶାନ୍ତି ନଗର ,ଆର ସି ଏମ କଲେଜ ସାମ୍ନା ,ନିର୍ମଳଝର ଓ ଧୋବା ସାହି ଠାରୁ ଚୋରି ଯାଇଥିବା ୬ ଗୋଟି ଚୋରି ମାମଲା ଫରଦାଫାସ କରି ଖଲ୍ଲିକୋଟ ପୋଲିସ ପ୍ର|ୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୨୦ ହଜାର ଟଙ୍କା ଚୋର ମାନଙ୍କ ଠାରୁ ଉଦ୍ଧାର କରିବାରେ ସଫଳ ହେବା ସହ ୪ ଜଣ କୁଖ୍ୟାତ ଚୋରଙ୍କୁ ଗିରଫ କରିଥିବା ଖଲ୍ଲିକୋଟ ଥାନା ପୋଲିସ ଅଧିକାରୀ ଜଗନ୍ନାଥ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି | ସୂଚନା ଅନୁଯାୟୀ ଖଲ୍ଲିକୋଟ ସହର ଓ ଆଖପାଖ ଗ୍ରାମାଞ୍ଚଳରେ ଚୋରି ବୃଦ୍ଧି ପାଇବା ନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇ ଆସୁଥିଲା | ଖଲ୍ଲିକୋଟ ପୋଲିସ ୬ ଗୋଟି ଚୋରି ମାମଲା ରୁଜୁ କରି ସି ସି କ୍ୟାମେରା ଓ ଆନୁସଙ୍ଗିକ ପ୍ରମାଣକୁ ଆଧାର କରି ପୋଲିସ ସଦଳବଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପି .ଦୀପକ ,ଟି .ବାବୁଲା ,ଜେ .ଚିଙ୍ଗୁଡିଆ , ଜେ .ମାୟାଧର ପ୍ରମୁଖଙ୍କୁ ଗିରଫ କରି ମାରାଥନ ଜେରା କରିବା ପରେ ସୁନା ନେକ୍ଲେଶ ୧ ,ସୁନା ଚେନ ୨ ,ସୁନା ଲକେଟ ୧ ,ସୁନା କାନଫୁଲ ୭ ,ସୁନା ମୁଦି ୮ , ରୁପା ଖଡୁ ୧, ରୁପା ଅଙ୍କଲେଟ ୪ ହଳ ,ରୂପା ମୁଦି ୪ ହଳ ଓ ନଗଦ ୨୦ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି | ଏହି ସମସ୍ତ ଚୋର ରମ୍ଭା ଥାନା ଅନ୍ତର୍ଗତ ଅଇଁଠା ବଣ ଗ୍ରାମର ହୋଇଥିବା ବେଳେ ଏମାନେ ଦୀର୍ଘଦିନ ହେଲା ଚୋର ବୃତ୍ତିରେ ନିୟୋଜିତ ଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ପ୍ରକାଶ | ପୋଲିସ ୬ ଗୋଟି ମାମଲା ରୁଜ୍ଜୁ କରିଥିବା ଗୃହ ମାଲିକ ମାନଙ୍କୁ ଆସନ୍ତା କାଲି ଉଦ୍ଧାର ଚୋରି ସାମଗ୍ରୀ ଜିମା ଦେବାର ସୂଚନା ମିଳିଛି |

Leave a Reply

Your email address will not be published. Required fields are marked *