ସିରିଜ ଜିତିଲା ରୋହିତ ବାହିନି

ସିରିଜ ଜିତିଲା ରୋହିତ ବାହିନି । ପୋଲାଡ଼ ସେନାକୁ ମାତ ଦେଇ ସିରିଜ କ୍ଲିନ ସୁଇପ କଲା ଭାରତ । କଲିକତାର ଇଡେନଗାଡେନରେ ଅନୁଷ୍ଟିତ ହୋଇଥିବା ଭାରତ- ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ୧୭ରନରେ ପରାସ୍ତ କରିଛି ଭାରତ । କୋଲକାତାର ଇଡେନଗାର୍ଡେନରେ ଖେଳାଯାଇଥିବା ଏହି ମ୍ୟାଚରେ ସୂର୍ୟ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ଇନିଂସ୍ ବଳରେ ଭାରତ ୫ ୱିକେଟ୍ ହରାଇ ୧୮୪ ରନ୍ କରିଛି । ଭାରତ ପକ୍ଷରୁ ସୂର୍ୟ୍ୟକୁମାର ମାତ୍ର ୩୧ ବଲରେ ୧ ଚୌକା ଓ ୭ ଛକା ସହ ୬୫ ଓ ଭେଙ୍କଟେଶ ଆୟର୍ ୧୯ ବଲରେ ୪ ଚୌକା ଓ ୨ ଛକା ସହ ୩୫ ରନ୍ କରି ଅପରାଜିତ ରହିଥିଲେ । ୧୮୫ରନର ଲକ୍ଷ ନେଇ ମଇଦାନକୁ ଓଲ୍ହାଇଥିବା ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ମାତ୍ର ୧୬୭ ରନ୍ ସଂଗ୍ରହ କରି ୯ ୱିକେଟ୍ ହରାଇଥିଲା । ନିକୋଲାସ୍ ପୁରାନ୍ ଦଳ ପାଇଁ ଭଲ ଇନିଂସ ଖେଳିଥିଲେ । ନିକୋଲାସ୍ ୪୭ ବଲରୁ ୬୧ ରନ୍ ସଂଗ୍ରହ କରିଥିଲେ । ଟିମ୍ ଇଣ୍ଡିଆ ପାଇଁ ଚମତ୍କାର ବୋଲିଂ କରି ଦୀପକ ଚହର ୨ଟି ୱିକେଟ୍ ନେଇଥିଲେ। ସେହିଭଲି ଭେଙ୍କଟେଶ ଆୟର୍ ୨.୧ ଓଭରରେ ୨୩ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ହର୍ଷଲ ପଟେଲ ୩ ୱିକେଟ୍ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ୨ ୱିକେଟ୍ ନେଇଥିଲେ। ଡେବ୍ୟୁ ମ୍ୟାଚ୍ ଖେଳିଥିବା ଆବେଶ ଖାନ ଗୋଟିଏ ୱିକେଟ୍ ମଧ୍ୟ ପାଇନାହାଁନ୍ତି ।ଓଡିଆଇ ପରେ ଟି -୨୦ ସିରିଜକୁ ମଧ୍ୟ ନିଜ ନାମରେ କରିଛି ଭାରତ । ଦଳ ପାଇଁ ସୂର୍ୟ୍ୟକୁମାର ଯାଦବ ଅର୍ଦ୍ଧଶତକ ହାସଲ କରିଥିବାବେଲେ ଭେଙ୍କଟେଶ ଆୟର ଅଲରାଉଣ୍ଡର ପ୍ରଦର୍ଶନ ଦେଇ ଦଳକୁ ବିଜୟ ପ୍ରଦାନ କରିଥିଲେ

Leave a Reply

Your email address will not be published. Required fields are marked *