ସୁଆଣ୍ଡରୁ ଭୁବନେଶ୍ୱର ଅଭିମୁଖେ ବାଇକ୍ ରlଲି

ଫୋକସ ପ୍ଲସ(ପୁରୀ): ଆଜି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁଆଣ୍ଡ ବ୍ରିଜ ଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ରlଲି ହୋଇଥିଲା | “ସ୍ୱଚ୍ଛ” ସାମାଜିକ ଅନୁଷ୍ଠାନର ସମ୍ପାଦକ କୃଷ୍ଣ ଚନ୍ଦ୍ର ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ନୀଳକଣ୍ଠ ପ୍ରଧାନ, ଅବାହକ ଦିବାକର ସାହୂ, ସମସ୍ତ ତିନିଶହ ସଦସ୍ୟ ପାଗର ପ୍ରତିକୂଳ ପରିସ୍ଥିତିରେ ସୁଆଣ୍ଡୋ ବ୍ରିଜ ନିକଟରେ ଏକତ୍ରିତ ହୋଇ ମାନ୍ୟବର ବିଧାୟକଙ୍କ ଆସୁଆରୋଗ୍ୟ ନିମନ୍ତେ ମହାପ୍ରଭୁ ଜଗନ୍ନାଥ, ସାକ୍ଷୀଗୋପୀନାଥ ନିକଟରେ ପ୍ରାର୍ଥନା କରି ଭୁବନେଶ୍ୱର ଲିଙ୍ଗରାଜ ଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରିଥିଲେ |

ବିଧାୟକଙ୍କ ବାସଭବନରେ ପହଞ୍ଚି ତାଙ୍କ ସେବା କାର୍ଯ୍ୟ କୁ ଦ୍ବିଗୁଣିତ କରିବା ନିମନ୍ତେ ଆତ୍ମବିଶ୍ୱାସ ଭରିଥିଲେ ଏବଂ ସତ୍ୟବାଦୀର ଜନସାଧାରଣ ସେବାରେ ଯୋଗଦେବାନିମନ୍ତେ ପ୍ରାସ୍ତାବ ଦିଆଯାଇଥିଲା l ଶେଷରେ “ସ୍ଵଛ ” ସାମାଜିକଆନୁଷ୍ଠାନ ର ରାଜ୍ୟ ନେତୃତ୍ୱ ବୃନ୍ଦ ଶ୍ରୀଯୁକ୍ତ ଚିନ୍ମୟ ସାହୂ ଓ ତନ୍ମୟ ସ୍ୱାଇଁ, ଜନ ଭାଇ ପ୍ରମୁଖ କାମକର୍ତ୍ତା ଙ୍କୁ ସାକ୍ଷାତ କରି ସ୍ଵଛ ର ଭବିଷ୍ୟତ କାର୍ଯ୍ୟ ପନ୍ଥା ନିର୍ଧାରଣ କରାଯାଇଥିଲା l

ପୁରୀରୁ ମନୋଜ କୁମାର ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *