ସୁକିନ୍ଦା ଅଞ୍ଚଳ ଖଣିରେ ଗାଡି ଲୋଡିଂ ସିରିଏଲରେ ହେରାଫେରି

ଫୋକସ ପ୍ଲସ (ଯାଜପୁର) ୨୫/୦୭/୨୦୨୨: ଯାଜପୁର ଜିଲ୍ଲା ଓଡ଼ିଶା ମାନଚିତ୍ର ରେ ଏକ ସ୍ବତନ୍ତ୍ର ସ୍ଥାନ ରହିଥିବା ଦେଖିବାକୁ ମିଳେ। କାରଣ ଏହି ସ୍ଥାନ ରେ ବହୁ ଖଣିଜ ପଦାର୍ଥର ଖଣି ସହିତ କଲ କାରଖାନା ମାନଙ୍କ ସ୍ଥାପନ କରାଯାଇଛି। ଯାହାଦ୍ବାରା ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଓଡ଼ିଶା ରାଜନୀତିର ଏକ ବିଶେଷ ସ୍ଥାନ ରହିଆସିଛି। ମାତ୍ର ଏହି ସୁକିନ୍ଦା ବାସୀଙ୍କ ପାଇଁ ସେପରି କିଛି ଉନ୍ନତି ହେବା ଦେଖିବାକୁ ମିଲୁନାହିଁ। କାରଣ ଏଠି ସବୁ ଯେଗାରେ ରାଜନୌତିକ ଅସ୍ଥିରତା ଯୋଗୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ସାଧାରଣ ଲୋକ ଏଠାରେ ହଇରାଣ ହରକତ ହେବା ଦେଖିବାକୁ ମିଳେ। ଯାହାର ଜ୍ୱଳନ୍ତ ଉଦାହରଣ କିଛି ଦିନ ହେବ ଦେଖିବାକୁ ମିଳୁଛି ସୁକିନ୍ଦା କ୍ରୋମାଇଟି ମାଇନ୍ସ ଓ ଦଇତାରୀ ଆଇରନ୍ ମାଇନିଂରେ |ସୂଚନା ମୂତାବକ ସୁକିନ୍ଦା କ୍ରୋମାଇଟି ଲୋଡିଂ ପାଇଁ ମାନ୍ଯବକ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଫାଷ୍ଟ କମ୍ ଫାଷ୍ଟ ଲୋଡ ନିୟମ ଲାଗୁ ହୋଇଥିବା ବେଳେ ସେହି ଅନୁସାରେ ଗାଡି ଲୋଡିଂ ହେବା କଥା ମାତ୍ର କିଛି ଅସାଧୁ ମାଲିକ ଓ ମାଇନ୍ସ ରେ ସିରିଆଲ କରୁଥିବା ଅଧିକାରୀଙ୍କ ମଧୁଚନ୍ଦିକାରେ କିଛି ନିର୍ଦ୍ଧିଷ୍ଟ ଗାଡି ମାନଙ୍କର ଗୋଟିଏ ମାସରେ ୪/୫ ଟ୍ରିପ୍ ଲୋଡିଂ ପାଇ ଯାଉଛନ୍ତି। ଯାହାଫଳରେ ସାଧାରଣ ମାଲିକ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ଏହି ସବୁ ବାରମ୍ବାର ହେଉଥିବା ଦେଖି ଗତ ୧୯ ତାରିଖ ରେ କାଲିଆପାଣି ଥାନାରେ ଗୋଟିଏ ଏତଲା ମଧ୍ଯ ହେଉଥିବା ଦେଖିବାକୁ ମିଳୁଛି। ମାତ୍ର ତାହା ର କିଛି ଫଳ ମିଲିନଥିବା ବେଳେ ଠିକ୍ ସେହିପରି ଦଇତାରୀ ଆଇରନ୍ ମାଇନିଂ ରେ ସମ ଦଶା ଦେଖିବାକୁ ମିଳୁଛି। କିଛି ମାଲିକ ନିଜର ସମସ୍ତ ବୁଦ୍ଧି ପ୍ରୟୋଗ କରି ଗୋଟିଏ ମାସରେ ୩ ଟ୍ରିପ ଆଇରନ୍ ଲୋଡିଂ କରୁଥିବା ର ତଥ୍ଯ ମିଳୁଥିବା ବେଳେ କିଛି ମାଲିକ ଗୋଟିଏ ଟ୍ରିପ ଆଇରନ୍ ଲୋଡିଂ ପାଉ ନାହାନ୍ତି। ଯଦି ଏହି ପରି ହୁଏ ତେବେ ସାଧାରଣ ଗାଡି ମାଲିକଙ୍କ ଅବସ୍ଥା କଣ ହେବ ବୋଲି ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ମାନେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି। କଥାରେ ଅଛି ଚୋରକୁ ଚାବିକାଠି ଦେଇ ଜଗୁଆଳି କରିବା ପରେ ସେହି ଜିନିଷ ଯେତିକି ସୁରକ୍ଷିତ ରହିବ ଠିକ୍ ସେହିପରି ସୁକିନ୍ଦା କ୍ରୋମାଇଟି ଲୋଡିଂ ଓ ଦଇତାରୀ ଆଇରନ୍ ଖଣି ଅଞ୍ଚଳରେ ଲୋଡିଂ ର ଅବସ୍ଥା |ଏଠି କିଏ ମାଲାମାଲ ତ କିଏ ଦାଣ୍ତର ଭିକାରୀ | ତେଣୁ ସାଧାରଣ ଗାଡି ମାଲିକ ମାନେ ଗୋଟିଏ ଦାବୀ କରୁଥିବା ଦେଖିବାକୁ ମିଳୁଛୁ କି ତୁରନ୍ତ ଏହି ସବୁ ବେଆଇନ କାର୍ୟ୍ଯ ବନ୍ଦ ହେବା ସହିତ ଦୋଷୀ କରୁଥିବା ସେହି ନିର୍ଦ୍ଧିଷ୍ଟ ବ୍ଯକ୍ତି ମାନଙ୍କ ଉପରେ ଦୃଢ କାର୍ୟ୍ଯନୁଷ୍ଟାନ ଗ୍ରହଣ କରାଯାଉ |

Leave a Reply

Your email address will not be published. Required fields are marked *