ସୁଖ କଣ?

ଫୋକସ ପ୍ଲସ 13/6/22(ବ୍ୟୁରୋ): ଜଣେ ଭଦ୍ରଲୋକ ଙ୍କ ଅତି ସାଧାରଣ ପ୍ରଶ୍ନଥିଲା- ସୁଖ କଣ? ଅତି ନିଜର ବନ୍ଧୁ କହିଲେ ଦୁଃଖର ବିପରୀତ ସୁଖ, ଅନ୍ୟ ଜଣେ ଉତ୍ତର ରଖିଲେ ଘୋର ନିଦ୍ରାରେ ସୋଇବା ହେଉଛି ସୁଖ । ଅନ୍ୟାନ୍ୟ ବହୁ ବଂଧୁଙ୍କୁ ପଚାରିବାରେ କହିଲେ,ପ୍ରଚୁର ଅର୍ଥ ମହଜୁଦ ରହିବା ହେଉଛି ସୁଖ , କିମ୍ବା କିଏ କହିଲେ ଖୋଜିବା ଜିନିଷ ପାଇଗଲେ ତାହା ହିଁ ସୁଖ, ଏମିତ ଅନେକ ଉତ୍ତର ସାମ୍ନା କୁ ଆସିଲା | ଜଣେ ବୟସ୍କ ବଂଧୁ କହିଲେ ସୁଖ ମନୁଷ୍ୟର ଏକ ମାନସିକ ଅବସ୍ଥା,ଯାହାର କାରଣ ଇନ୍ଦ୍ରିୟ । ମୋଟ ଉପରେ ଇନ୍ଦ୍ରୟ ଗ୍ରହଣକରୁଥିବା ବସ୍ତୁ ,ଗନ୍ଧ ,ସ୍ପର୍ଶ, ଦୃଶ୍ୟ ,ଶବ୍ଦ ଆଦି ହିଁ ସୁଖ ।
କିନ୍ତୁ ଯଥାର୍ଥ ରେ କହିବାକୁ ଗଲେ ସୁଖ ସମସ୍ତେ ଚାହାନ୍ତି । ସେ ପଶୁପକ୍ଷୀ ହୁଅନ୍ତୁ ଅବା ମନୁଷ୍ୟ । କିନ୍ତୁ ଅଧିକ ସୁଖ ପ୍ରାପ୍ତି ର ଲାଳସା ସର୍ବଦା ମନୁଷ୍ୟ ଚାହେଁ । କାରଣ ହେଲା ମନୁଷ୍ୟ ଜୀବନକୁ ଅନୁଧ୍ୟାନ କଲେ ସେ ଅନ୍ୟ ସମସ୍ତ ପ୍ରାଣୀଙ୍କ ଠାରୁ ଭିନ୍ନ । ଶିକ୍ଷା, ବୃତି,ଅର୍ଥ ସଞ୍ଚୟ କରି ବଳିଷ୍ଠ ଜୀବନଯାପନ କରିବାକୁ ଚେଷ୍ଟାକରେ. ମନୁଷ୍ୟ । କେମିତି ଭଲ ଖାଇବ, ଭଲ ପିନ୍ଧିବା ସହିତ ଆରାମ ଦାୟକ ଜୀବନ ଅତିବାହିତ କରିବ ଏଥିପାଇଁ ବ୍ୟଥିତ । ସବୁକିଛି ମିଳିଗଲେ ସୁଖ । ପରେ ପରେ ଆଉ ଏକ ଅବସ୍ଥାକୁ ଆମନ୍ତ୍ରଣ କରେ ତାହା ଅସମର୍ଥ ଜୀବନ । ଯେପରି ଆଲୋକ ନଥିଲେ ଅନ୍ଧକାର ହଟିନଥାନ୍ତା ।ଆମ ଇଚ୍ଛାର ପୂର୍ଣ୍ଣଛେଦ ହିଁ ସୁଖ । ସୁଖ କିନ୍ତୁ ଆମ ପ୍ରାଣର ଇଚ୍ଛାକୁ ପୂର୍ଣ୍ଣ କରେନି । ପ୍ରାଣ ଚାହେଁ ଅତିଇନ୍ଦ୍ରିୟ ସୁଖ । ଅତୀନ୍ଦ୍ରିୟ କହିଲେ ସୃଷ୍ଟିର ମୂଳ ତଥ୍ୟ । ଅହଂ ବ୍ରହ୍ମଅସ୍ମି । ତେଣୁ ସୁଖ କେବଳ ଇନ୍ଦ୍ରୟ ଲାଳସା କହିବା ଠିକ ହେବ ।

ମନେ ରଖିବା ଆବଶ୍ୟକ ଯେ ଜୀବନ ସୁଖ ଦୁଃଖଭରା, ହସକାନ୍ଦଭରା ଏକ ବିଚିତ୍ର ଚିତ୍ରଶାଳା। ମାତ୍ର ଏହାଠୁ ଆହୁରି ବିଚିତ୍ର ହେଉଛି ଏହି ଚିତ୍ରଶାଳାର ମଣିଷର ବିଚିତ୍ର ମାନସିକତା। ସାମ୍ପ୍ରତିକ ସମାଜର ଚଳଣି ମଧ୍ୟରେ ଆଗପରି ସେ ଅନ୍ୟର ସୁଖରେ ସୁଖୀ ହୋଇପାରୁନାହିଁ ଅବା ଅନ୍ୟର ଦୁଃଖ ତା’ ଅନ୍ତରକୁ ଦ୍ରବୀଭୂତ କରିପାରୁନାହିଁ। ବରଂ ଅତ୍ୟନ୍ତ ବିଚିତ୍ର ଭାବେ ଅନ୍ୟର ଦୁଃଖ ଦେଖି ସେ ଅନ୍ତରରେ ଅବ୍ୟକ୍ତ ପୁଲକ ଲାଭ କରୁଛି ତ ଅନ୍ୟର ସୁଖରେ ଅହେତୁକ ଭାବେ ଦୁଃଖୀ ହୋଇପଡୁଛି।
ଦେଖିବାକୁ ଯାଇ ବ୍ୟକ୍ତ କଲେ ସବୁ ଓଲଟା | ୟାକୁ ହିଁ କହିବା ମାନସିକ ବିକୃତି |

Leave a Reply

Your email address will not be published. Required fields are marked *