ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର ରାଉତ ଙ୍କୁ ଏବେ ଜେଲ | ଏକ ହାର୍ଡକୋର ଅପରାଧୀ ଭଳି ଉଠାଇନେଲା ପୋଲିସ | ଘଟଣାର ପୃଷ୍ଟ ଭୂମି କିନ୍ତୁ ସମ୍ପୂର୍ଣ ନିଆରା | ଘଟଣା କ୍ରମେ ଗତ ମାର୍ଚ୍ଚ ପନ୍ଦର ତାରିଖ ରାତିରେ ଆନନ୍ଦପପୁର ଅଞ୍ଚଳରେ ଗୋରୁଗାଇ ଙ୍କୁ ଚଲାଇ ଚଲାଇ ନେଉଥିବା ଜଣେ ବୃଦ୍ଧ ଙ୍କ ଠାରୁ ଜୋର ଜବରଦସ୍ତ ବଟି ଆଦାୟ କରିଥିଲେ ସେଠିକାର କନକ ନ୍ୟୁଜ ରିପୋର୍ଟର ରୁଦ୍ର ପରିଡା | କିନ୍ତୁ ଏହି ଘଟଣାକୁ ନେଇ କୌଣସି ମିଡ଼ିଆ ମୁହଁ ଖୋଲି ନଥିବା ବେଳେ କେବଳ ଫୋକସ ପ୍ଲସ ଲଗାତାର ଖବର ପ୍ରସାରଣ କରିଥିଲା | ସେହି ଖବର ମାଧ୍ୟମରେ ଫୋକସ ପ୍ଲସ ର ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର ରାଉତ କନକ ନ୍ୟୁଜ ସମ୍ପାଦକ ଙ୍କୁ ବାରମ୍ବାର ଏ ସମ୍ପର୍କିତ ଉତ୍ତର ମାଗିଥିଲେ | କିନ୍ତୁ ବବହୁ ବାର ଖବର ପ୍ରସାରଣ ପରେ ବି ଏ ସମ୍ପର୍କିତ କୌଣସି ଉତ୍ତର ମିଳି ପାରି ନଥିଲା | ଗୋ ସୁରକ୍ଷା ପ୍ରତି ନିଜକୁ ସମର୍ପଣ କରିଥିବା ଶ୍ରୀ ରାଉତ ବାରମ୍ବାର ନିଜ ଚାନେଲ ମାଧ୍ୟମରେ କନକ ନ୍ୟୁଜ ଏଡିଟରଙ୍କୁ ଉତ୍ତର ମାଗିଥିଲେ | କିନ୍ତୁ ପରବର୍ତୀ ଅବସ୍ଥାରେ କନକ ନ୍ୟୁଜ ର ଏଚଆର ଚିନ୍ମୟୀ ପଟ୍ଟନାୟକ ଙ୍କୁ ଢାଲ କରି ସହିଦ ନଗର ସାଇବର ଥାନା ରେ ଏକ କେଶ ଦିଆଯାଇଥିଲା | ଏଵଂ ସୁଧାଂଶୁ ରାଉତ ଙ୍କୁ ଗିରଫ କରାଯାଇ ଥିଲା | ହେଲେ ଏଠି ପ୍ରଶ୍ନ ଉଠୁଛି ଯେଉଁ ସୁଧାଂଶୁ ରାଉତ ଗୋମାତା ଙ୍କୁ ରକ୍ଷା କରିବା ଉଧ୍ୟେଶ ରେ ନିଜ ସ୍ୱର ଉତ୍ତୋଳନ କରିଥିଲେ ତାଙ୍କୁ ଗିରଫ କରାଗଲା କଣ ପାଇଁ? ଯଦି କନକ ନ୍ୟୁଜ ର ସମ୍ପାଦକ ମନୋରଞ୍ଜନ ବାବୁ ନିଜ ରିପୋର୍ଟର ଙ୍କ ଗିରଫ କେଶ କୁ ନିଜ ଚାନେଲ ରେ ପ୍ରସାରଣ କରିପାରିଲେ ନାହିଁ ସୁଧାଂଶୁ ରାଉତ କେଶ ରେ ସ୍ୱର କୁ ଉଠାଇ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି | ନିଜ ଚାନେଲ ରେ ଧର୍ମ କୁ ନେଇ ବିଭ୍ରାଂତିକର ମନ୍ତବ୍ୟ ଦେଉଥିବା ମନୋରଞ୍ଜନ ବାବୁ ପନ୍ଦର ତାରିଖ ରାତି ର ଘଟଣା ସମ୍ପର୍କ ରେ ଉଲ୍ଲେଖ କରୁ ନାହାନ୍ତି କାହିଁକି | ନା ଡିଜିଟାଲ ଚାନେଲ ର ସ୍ୱର କୁ ଚାପି ଦେବାକୁ ଭରପୁର ଉଦ୍ୟମ କରୁଛନ୍ତି ଶ୍ରୀ ମିଶ୍ର | ବିଚାର ଆପଣ ମାନଙ୍କ ର |

Leave a Reply

Your email address will not be published. Required fields are marked *