ଚିକିଟୀ: ବେଳାଭୂମି କୁ ପ୍ରବେଶ ଦେୟ ୨୫ ଟଙ୍କା, ମୁହଁ ଫେରାଉ ଛନ୍ତି ପର୍ଯ୍ୟଟକ। ପର୍ଯ୍ୟଟନ ଋତୁରେ ପ୍ରକୃତିକ ସୌନ୍ଦର୍ଯ୍ୟ ରେ ଭରା ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିରେ ହଜାର ହଜାର ପର୍ଯ୍ୟଟକ ପ୍ରତିବର୍ଷ ବାଣଭୋଜୀ କରିବାକୁ ଆସୁଥିବା ବେଳେ ଚଳିତ ବର୍ଷ ପର୍ଯ୍ୟଟକ ମାନେ ମୁହଁ ଫେରାଉଥିବା ଦେଖିବାକୁ ମିଳୁଛି। କାରଣ ପୂର୍ବରୁ ବାଇକ ଗୁଡିକ ବେଳାଭୂମି କୁ ପ୍ରବେଶ କଲେ ୧୦ ଟଙ୍କା ଦେବାକୁ ପଡୁଥିବା ବେଳେ ପର୍ଯ୍ୟଟକ ମାନେ ବେଳାଭୂମି ବୁଲି ଆସିବା ସହ ଯିଏ ବ୍ଲୁ ଫ୍ଲାଗ ବୁଲିଯିବ ଅଲଗା ୧୦ ଟଙ୍କା ଦେଇ ବ୍ଲୁ ଫ୍ଲାଗ ମଧ୍ୟକୁ ପ୍ରବେଶ କରି ଆନନ୍ଦ ଅନୁଭବ କରୁଥିଲେ। ଯେଉଁ ୧୦ ଟଙ୍କା ବାଇକ ପ୍ରବେଶ ଲାଗି ନିଆଯାଉଥିଲା ସେହି ଟଙ୍କାରେ ଗ୍ରାମବାସୀ ବେଳାଭୂମି ସଫେଇ କାର୍ଯ୍ୟ କରିବା ସହିତ ରକ୍ଷଣା ବେକ୍ଷଣା କରୁଥିଲେ। ବର୍ତମାନ ସମୁଦ୍ର ବେଳାଭୂମି ଓ ନିକଟରେ ଥିବା ଝାଉଁ ବଣ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।ପ୍ରଶାସନ ପକ୍ଷରୁ ବାଇକ ପ୍ରବେଶ ଲାଗି ୨୦ ଟଙ୍କା ଦେୟ ଧାର୍ଯ୍ୟ କରିବା ସହିତ ଏକ ମିଶନ ଶକ୍ତି ର ମହିଳା ମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଅପରପକ୍ଷେ ବ୍ଲୁ ଫ୍ଲାଗ ଲାଗି ବ୍ୟକ୍ତିଗତ ଟେଣ୍ଡର ଦେବାସହ ୨୫ ଟଙ୍କା ଧାର୍ଯ୍ୟ ହୋଇଛି। ପାଖାପାଖି ତିନି ଶହ ମିଟର ଦୂରରେ ବ୍ଲୁ ଫ୍ଲାଗ ରହିଥିବା ବେଳେ ବେଳାଭୂମି ର ମୁଖ୍ୟ ଫାଟକ ରେ ଟିକେଟ କାଉଣ୍ଟର କରିବା ସହିତ ପର୍ଯ୍ୟଟକ ମାନେ ବେଳାଭୂମି କୁ ପ୍ରବେଶ କରିବା ମାତ୍ରେ ଜୋର ଜବରଦସ୍ତି ଜଣ ପିଛା ୨୫ ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ଯାହାକି ଜଣେ ପର୍ଯ୍ୟଟକ ସମୁଦ୍ର ବେଳାଭୂମି କୁ ଯିବାଲାଗି ୪୫ ଟଙ୍କା ର ଟିକେଟ କାଟିବାକୁ ପଡୁଛି। ଯାହାକୁ ନେଇ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ହଜାର ହଜାର ପର୍ଯ୍ୟଟକ ମୁଖ୍ୟ ଫାଟକ ନିକଟରୁ ଫେରି ଯାଉଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ସ୍ଥାନୀୟ ଲୋକେ ବେଳାଭୂମିରେ ବ୍ୟବସାୟ କରି ନିଜ ପରିବାର ପରିପୋଷଣ କରୁଥିବା ବେଳେ ପର୍ଯ୍ୟଟକ ଆସୁନଥିବା ହେତୁ ସେମାନଙ୍କ ବେପାର ମଧ୍ୟ ବନ୍ଦ ହୋଇଯାଇଛି। ଯଦ୍ଵାରା ଜନ ସାଧାରଣ ଓ ସ୍ଥାନୀୟ ଅଂଚଳ ବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏସମ୍ପର୍କରେ ଜିଲ୍ଲାପାଳ ଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିବା ବେଳେ ବ୍ରହ୍ମପୁର ଉପ – ଜିଲ୍ଲାପାଳ କହିଛନ୍ତି ବେଳାଭୂମି କୁ ପ୍ରବେଶ ଲାଗି ସେମିତି କୋଣସି ଫି ଆଦାୟ କରାଯାଉ ନାହିଁ । ସ୍ଥାନୀୟ ବାସିନ୍ଦା ଙ୍କ କହିବା ମୁତାବକ ବ୍ଲୁ ଫ୍ଲାଗ ଟିକେଟ କାଉଣ୍ଟର ମୁଖ୍ୟ ପ୍ରବେଶ ଦ୍ଵାର ରୁ ହଟାଯାଇ ବ୍ଲୁ ଫ୍ଲାଗ ପ୍ରବେଶ ଦ୍ୱାରରେ ହିଁ ରଖାଯାଉ ନହେଲେ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହାର ସମାଧାନ କରିବାକୁ ଦାବୀ ହୋଇଛି।