ସୁନ୍ଦରଗଡ଼ ସହରର ବିଭିନ୍ନ ୱାର୍ଡ ରେ ଲାଗିରହିଥିବା ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କଲେ ପୌରାଧକ୍ଷା ସ୍ଵାଧୀନ ପ୍ରାର୍ଥୀନୀ ନିନିମା ପଟେଲ I

ସୁନ୍ଦରଗଡ଼ ସହରକୁ ସରସ ସୁନ୍ଦର କରିବା ପାଇଁ ପୌରପଳିକା ପକ୍ଷରୁ ମାସକୁ ୪୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ଯାହା ବିଭାଗୀୟ ଅଧିକାରୀ ଙ୍କ ଠାରୁ ଜଣାପଡେ ।ହେଲେ ସେ ଟଙ୍କା କେଉଁ କାମରେ ଲାଗୁଛି ତାହା ସହର ବାସି ଅଜଣା ।ସହରର ଅଧିକାଂଶ ୱାର୍ଡରେ ଏବେବି ଅନେକ ସମସ୍ୟା ଲାଗି ରହିଛି ହେଲେ ସେ ସମସ୍ୟାର ସମାଧାନ ପାଇଁ କୌଣସି ରାଜନୈତିକ ଦଳର ନେତା ଙ୍କ ପାଖରେ ସମୟ ନାହିଁ ।ଜଣାଶୁଣା ଯୁବ ସମାଜ ସେବୀ ତଥା ପରୋପକାରୀ ମଣିଷ ଡାକ୍ତର ହିମାଂଶୁ ଷଡ଼ଙ୍ଗୀ ଯିଏ ଦୀର୍ଘ ୨୨ ବର୍ଷ ହେଲା ସଦାସର୍ବଦା ସହରର ବିକାଶ ପାଇଁ ଚେଷ୍ଟିତ ଏପରିକି ସହରର କୌଣସି ୱାର୍ଡ ରେ କିଛି ଅସୁବିଧା ହେଲେ ଖୋଜା ପଡନ୍ତି ଡାକ୍ତର ହିମାଂଶୁ ଷଡ଼ଙ୍ଗୀ,ଏବେ କିଛି ବର୍ଷ ହେଲା ତାଙ୍କ ଧର୍ମପତ୍ନୀ ନିନିମା ପଟେଲ ମଧ୍ୟ ଆଗେଇ ଆସିଛନ୍ତି ସହର ବାସୀଙ୍କ ସୁଖଦୁଃଖ ର ସାଥୀ ହେବା ପାଇଁ।ଚଳିତ ପୌର ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିନିମା ଅଧ୍ୟକ୍ଷା ଭାବେ ଠିଆ ହୋଇଛନ୍ତି ଏହିକ୍ରମରେ ଆଜି ପୁଣି ସହରର ୧୧,୧୨,୧୩,୧୭,୧୮ ଆଦି ୱାର୍ଡର ପାନୀୟ ଜଳ ,ବିଜୁଳି ,ଡ୍ରେନେଜ୍ ବ୍ୟବସ୍ଥା, ଭତ୍ତା ଆଦି ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ଏନେଇ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଯଥାଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି ।

ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *