ସୁବର୍ଣ୍ଣରେଖା ରେ ବନ୍ୟା ଆଶଙ୍କା

ଫୋକସ ପ୍ଲସ(ବାଲିଆପାଳ)୧୪/୦୮/୨୦୨୨: ଲଘୁଚାପ ଜନିତ ବର୍ଷା ହେଉଥିବାରୁ ସୁବର୍ଣ୍ଣରେଖା ରେ ବନ୍ୟା ଆସିବାର ଆଶଙ୍କା ଦେଖାଯାଉଛି l ବିଶେଷ କରି ନଦୀ ପାଖରେ ଥିବା ବାଲିଆପାଳ ବ୍ଲକ ର ପାଳପଡା, ଚଡ ପାଳପଡା,ପାଲଚମ୍ପେଇ,ପାରୁଳିଆ, ଅସ୍ତି, ବଡାପାଳ,ସୂର୍ଯ୍ୟାପୁର, କୁଦମାନସିଂ, ରସଲପୁର, କୁହୁଲାଚଡ଼,ଇକଡପାଳ, ତାଳପଦା, ବାଲିଆପାଳ ଆଦି ଗ୍ରାମରେ ବସବାସ କରୁଥିବା ଲୋକଙ୍କ ଭିତରେ ଛନକା ଆସିଯାଇଛି l ବର୍ଷା ଦିନ ଆସିଲେ ନଦୀ କୋଳିଆ ଲୋକଙ୍କ ନିନ୍ଦ ହଜିଯାଏ କାରଣ ନଦୀବନ୍ଧ ଧୀରେ ଧୀରେ ଖାଇଯାଉଛି l ଏବେ ବି ଉପର ମୁଣ୍ଡରୁ ପାଣୀ ଆସିନାହିଁ ଅହରହ ପାଞ୍ଚ ୬ ଦିନ ଲଘୁଚାପ ବର୍ଷାରେ ନଦୀରେ ପାଣୀ ବଢୁଛି l ହେକ୍ଟର ହେକ୍ଟର ଚାଷଜମି ଉପରେ ପାଣୀ ରହିଥିବାରୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି l ବିଡ଼ିଓ ଙ୍କ ପରାମର୍ଶ କ୍ରମେ ଲୋକମାନଙ୍କ ସୁରଖା ପାଇଁ ଉଚ୍ଚ ସ୍ଥାନରେ ରହିବା ସହିତ ସେମାନଙ୍କ ଖାଇବା ପାଇଁ ବ୍ୟବସ୍ତା କରାଯାଇଛି l ବନ୍ୟା ଆସିବାର କାରଣ ନଦୀବନ୍ଧ ଗୁଡିକ ପଥର ପେଚିଙ୍ଗ ନ ଥିବାରୁ ନଦୀ କୁଳ ଖାଇ ଖାଇ ଯାଉଛି l

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *