ସୁରଳ ଗ୍ରାମରେ ପାନୀୟ ଜଳ ସଙ୍କଟ

ଫୋକସ ପ୍ଲସ (ଗଞ୍ଜାମ)୨୪/୦୬/୨୦୨୨:ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ ଉପକୂଳବର୍ତ୍ତୀ ସୁନାପୁର ବେଳାଭୂମିର କେଇ କିଲୋମିଟର ଦୂରରେ ଅବସ୍ଥିତ ସୁରଳ ଗାଁ। ସମୁଦ୍ର ଘେରା ଏହି ଗାଁ, ଯେଉଁଠି ଆବାହମାନ କାଳରୁ ପାନୀୟ ଜଳର ଅଭାବ ରହିଛି। ପ୍ରାୟ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଲୋକମାନେ ଦୁଇ କିମି ଦୂର ଗୋବିନ୍ଦ ପୁର ଛକ ନିକଟରେ ଥିବା ଏକ ନଳ କୁପ ଉପରେ ପାନୀୟ ଜଳ ଲାଗି ନିର୍ଭର କରିଥାନ୍ତି। ପ୍ରତ୍ୟେକ ଦିନ ଭୋର ଚାରିଟା ରୁ ରାତି ଦଶଟା ଯାଏଁ ପାନୀୟ ଜଳ ଲାଗି ଉକ୍ତ ନଳକୂପ ନିକଟରେ ଲମ୍ବା ଲାଇନ ଲଗାଇ ଥାନ୍ତି। କିଏ ସାଇକେଲ ରେ ତ କିଏ ବାଇକରେ ଆଉ କେହି କେହି ଚାଲି ଚାଲି ଆସି ପାନୀୟ ଜଳ ସଂଗ୍ରହ କରିଥାନ୍ତି । ପ୍ରଶାସନ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ ରେ ବହୁ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲେ ସୁଧା ଗ୍ରାମବାସୀ ଙ୍କ ତୃଷ୍ଣା ମେଣ୍ଟି ପାରିନି। ସ୍ଥାନୀୟ ସରପଞ୍ଚ ମଧ୍ୟ ମାନନୀୟା ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଙ୍କ ଠାରୁ ପ୍ରତିଶ୍ରୁତି ପାଇଛନ୍ତି ଖୁବଶିଘ୍ର ବାଘଲଟି ଜଳ ଭଣ୍ଡାରରୁ ମେଗା ପ୍ରୋଜେକ୍ଟ ମାଧ୍ୟମରେ ଗ୍ରାମ କୁ ପିଇବା ପାଣି ଯୋଗାଇ ଦେବେ। ଦେଖି ବାକୁ ବାକି ରହିଲା ଗ୍ରାମବାସୀଙ୍କ ପାନୀୟ ଜଳ ସଙ୍କଟ କେବେ ଦୁର ହେଉଛି।

ଚିକିଟି ରୁ ସନ୍ତୋଷ ମହାପାତ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Leave a Reply

Your email address will not be published. Required fields are marked *