ସୁସ୍ମିତା ସେନ୍ ଓ ଲଲିତ ମୋଦୀଙ୍କ ବ୍ରେକଅପ ?

ଫୋକସ ପ୍ଲସ(ବ୍ୟୁରୋ)୦୬/୦୯/୨୦୨୨: ଜୁଲାଇ 14 ରେ, ଲଲିତ ମୋଦୀ ତାଙ୍କ ପ୍ରେମିକା ସୁସ୍ମିତା ସେନଙ୍କ ସହ କିଛି ଫଟୋ ସେୟାର କରିଥିଲେ ଯାହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା |ଲଲିତ ମୋଦୀ ସୁସ୍ମିତାଙ୍କ ସହ ପ୍ରେମ ସମ୍ପର୍କ କୁ ନେଇ ଇନଷ୍ଟାଗ୍ରାମ ସୁସ୍ମିତାଙ୍କ ସହ ଡିପି ରଖିବା ସହ ବାୟୋକୁ ମଧ୍ୟ ବଦଳାଇଥିଲେ |

ସେ ତାଙ୍କର , ଯେଉଁଥିରେ ଲେଖାଥିଲା,@iplt20 INDIAN PREMIER LEAGUE – finally starting a new life with my partner in crime. My love @sushmitasen47 |

ତେବେ ସୋମବାର ଲଲିତ ମୋଦୀ ନିଜର ଇନଷ୍ଟାଗ୍ରାମ ଡିପି ଏବଂ ବାୟୋକୁ ପୁଣି ଥରେ ବଦଳାଇ ଦେଇଛନ୍ତି। ସୁଷମିତାଙ୍କ ବିଷୟରେ କୌଣସି ଉଲ୍ଲେଖ ନାହିଁ। ତାଙ୍କର ନୂତନ ବାୟୋରେ ଲେଖାଥିଲା, @iplt20 INDIAN PREMIER LEAGUE – Moon. ସେ ନିଜର ଇନଷ୍ଟାଗ୍ରାମ ଡିପି ମଧ୍ୟ ବଦଳାଇଥିଲେ ।ନିକଟରେ ସୁସ୍ମିତା ତାଙ୍କ ପୂର୍ବତନ ପ୍ରେମିକ ରୋହମାନ ଶାଲଙ୍କ ସହ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା। ଏହାକୁ ନେଇ ପ୍ରଶଂସକ ଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *