ଫୋକସ ପ୍ଲସ(କୋଣାର୍କ)୦୬/୦୮/୨୦୨୨ : ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ସମସ୍ତ ଐତିହ ସ୍ଥଳ କୁ ପ୍ରବେଶ ଶୁଳ୍କ ଛାଡ ଯୋଗୁଁ, କୋଣାର୍କସୂର୍ଯ୍ୟ ମନ୍ଦିର କୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସୁଥିବା ବେଳେ ଆଜି ଲଘୁଚାପ ଜନିତ ଲଗାଣ ବର୍ଷା ହେତୁ ସୂର୍ଯ୍ୟ ମନ୍ଦିର ପରିସର ରେ ପାଣି ଜମିରହିଛି, ପାଣି ରେ ବୁଲିଲେ ପର୍ଯ୍ୟଟକ। କେନ୍ଦ୍ର ସରକାର ASIଙ୍କୁ ଦେଇଛନ୍ତି ସୂର୍ଯ୍ୟ ମନ୍ଦିର ର ଦାୟିତ୍ଵ, ହେଲେ ASI କେବଳ ମୁଣ୍ଡପିଛା 40 ଟଙ୍କା ଧାର୍ଯ୍ୟ କରି କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି, ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ଦୁରର କଥା ବର୍ଷାଯୋଗୁଁ ପାଣି ଜମୁଥିବାର କୌଣସି ପ୍ରତିକ୍ରିୟା କରିପାରୁ ନାହିଁ। ଫଳରେ ଟିକିଏ ବର୍ଷା ଯୋଗୁଁ ମନ୍ଦିର ଚତୃପାର୍ଶ୍ଵ ରେ ପାଣି ଜମି ଯାଉଛି, ଏହାକୁ ନେଇ ଦେଶ, ବିଦେଶରୁ ଆସୁଥିବା ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ବୁଲିବାରୁ ବଞ୍ଚିତ ହେବା କୁହନ୍ତି। ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ
ସୂର୍ଯ୍ୟ ମନ୍ଦିର ଗତକାଲି ଠାରୁ ପ୍ରବେଶ ଶୁଳ୍କ ଛାଡ୍ କରାଯାଇଛି, ଯା ଫଳରେ ହଜାର ହଜାର ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ବୁଲିଆସୁଥିବା ଦେଖିବାକୁ ମିଳିଛି,ଗୋଟିଏ ପଟେ ପ୍ରବେଶ ଶୁଳ୍କ ଛାଡ୍ କରାଯାଇଥିବାର କୌଣସି ଫଳକ ବା ବ୍ୟାନର ସୂର୍ଯ୍ୟ ମନ୍ଦିର ସମୂଖରେ ବା ଟିକେଟ ଚେକିଙ୍ଗି ଯାଗାରେ ଦେଖିବାକୁ ମିଳୁ ନାହିଁ, କେବଳ ପାନ ଦୋକାନୀ, ଛତାଧରୀ ଭଡାଦେଉଥିବା କୋଣାର୍କ ର ଯୁବକ ମାନେ ପର୍ଯ୍ୟଟକମାନଙ୍କୁ କହିବା ଯୋଗୁଁ ପର୍ଯ୍ୟଟକମାନେ ମନ୍ଦିର ଭିତରକୁ ବୁଲି ଯାଉଛନ୍ତି, ସେପଟେ ବର୍ଷା ଯୋଗୁଁ ପାଣି ଜମି ଯିବାରୁ ପର୍ଯ୍ୟଟକମାନେ ରାଜ୍ୟ ବା କେନ୍ଦ୍ର ସରକାରଙ୍କୁ ଦାଇ କରୁଛନ୍ତି। ASI ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାପରେ ବାରମ୍ବାରସୂର୍ଯ୍ୟ ମନ୍ଦିର ଭିତରେ ପାଣି ଜମିବା ଘଟଣା ବାରମ୍ବାର ଗଣମାଧ୍ୟମ ରେ ପ୍ରଚାର ପରେବି ASI କାହିଁକି ନିରବ ତାହାକୁ ନେଇ ପ୍ରଶ ଉଠିଛି, ତୁରନ୍ତ ଆଉ କିଛି ପାଣିପମ୍ପ ଲଗାଇ ସୂର୍ଯ୍ୟ ମନ୍ଦିର ଭିତରରୁ ଯମିଥିବା ପାଣି ବାହାର କରିବାକୁ ସାଧାରଣରେ ଦାବି ହୋଇଛି।
କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଙ୍କ ରିପୋର୍ଟ ଫୋକସ୍ ପ୍ଲସ।