ସୂର୍ଯ୍ୟ ମନ୍ଦିର ବାଲି କାଢାଯିବା ନେଇ ପୂଜାର୍ଚ୍ଚନା

ଫୋକସ ପ୍ଲସ(କୋଣାର୍କ)୦୮/୦୯/୨୦୨୨: ASI ର ବଡ଼ ନିଷ୍ପତି ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକ ଘରୋଇ କମ୍ପାନୀ B D R ନିର୍ମାଣ ସଂସ୍ଥା ଦ୍ୱାରା ପ୍ଲାଟଫର୍ମ ନିର୍ମାଣ ପାଇଁ ASI ପକ୍ଷରୁ ପୂଜାର୍ଚ୍ଚନା କରାଯିବା ସହ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମ ରେ ଲିଫ୍ଟ ,ଟ୍ରଲି ଭଳି ବ୍ୟବସ୍ଥା ରହିବ । ଯାହାଦ୍ବାର ମନ୍ଦିର ଗର୍ଭଗୃହରୁ ବାଲି ଓ ପଥର ବୋହିବା ସହଜ ହେବ । ପ୍ଲାଟଫର୍ମ ନିର୍ମାଣ ପରେ ମନ୍ଦିର ପଶ୍ଚିମ ଦ୍ୱାର ଦ୍ଵିତୀୟ ପିଢ଼ରେ ମନ୍ଦିର ଗର୍ଭଗୃହକୁ ପ୍ରବେଶ ପାଇଁ ୪ ଫୁଟରେ ଏକ ଗର୍ତ୍ତ ଖୋଳା ଯିବ ଯେଉଁ ବାଟରେ ଗର୍ଭଗୃହରୁ ବାଲି କଢ଼ାଯିବା । ବାଲି କାଢ଼ିବା କାର୍ଯ୍ୟ ASI ନିଜେ କରିବ । ତେବେ ବାଲି କାଢ଼ିବା ପାଇଁ ତିନିବର୍ଷ ଲକ୍ଷ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି । ତେବେ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଉପରିଭାଗରରୁ ପଥର ଖସୁଥିବା ଦେଖି ତତ୍କାଳୀନ ଇଂରେଜ ସରକାର 1903 ମସିହାରେ ଗର୍ଭଗୃହରେ ବାଲି ଭର୍ତ୍ତି କରି ସମସ୍ତ ଦ୍ବାର ବନ୍ଦ କରିଦେଈଥିଲେ । ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ପର ପରେ ରୁର୍କୀ ସ୍ଥିତ ସି ବି ଆର ଆଇ ପକ୍ଷରୁ ମନ୍ଦିରର ବାହ୍ୟ ଓ ଗର୍ଭଗୃହ ର ଏଣ୍ଡୋସ୍କୋପି ,ସ୍କାନିଂ କରାଯିବା ସହ ମନ୍ଦିର ଗର୍ଭଗୃହକୁ କ୍ୟାମେରା ଛଡ଼ାଯାଇ ବାଲିର ସ୍ଥିତ ଯାଞ୍ଚ ପରେ ଗର୍ଭଗୃହରେ ଉପରିଭାଗରୁ ବାଲି ୧୭ଫୁଟ ଛାଡିକରୁଥିବା ଜଣାପଡିତଥିଲା । ଶେଷରେ ଆଜି ASI ବାଲି କାଢ଼ିବା ପାଇଁ ଏକ ବଡ଼ ନିଷ୍ପତି ନେଇ କାର୍ଯ୍ୟ ଆରମ୍ଭ କରିଛି । ଏପରି କାର୍ଯ୍ୟକୁ ନେଇ ପର୍ଯ୍ୟଟକ ମାନେ ଆଗ୍ରହ ଅନେକ ପ୍ରଶଂସା କରିଛନ୍ତି।

 

Leave a Reply

Your email address will not be published. Required fields are marked *