ସେଣ୍ଟ ଜନ୍ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଜଳଛତ୍ର ଶୁଭାରମ୍ଭ

ତାଳଚେର,୨୫/୪: ତାଳଚେରରେ ଅସହ୍ୟ ଗ୍ରୀଷ୍ମ ପ୍ରଭାବ କୁ ଦୃଷ୍ଟିରେ ରଖି ସେଣ୍ଟ ଜନ୍ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ.ଆଜି ଏକ ଜଳଛତ୍ର ଉଦଘାଟିତ ହୋଇଯାଇଛି । MCL ର ସ୍ଥାନୀୟ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠାନର ଡିଭିଜନ କମାଣ୍ଡର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇ ଅଛି.ଏହି କାର୍ଯ୍ୟକ୍ରମରେ ତାଳଚେର ଉପଜିଲ୍ଲାପାଳ ବିଶ୍ୱ ରଞ୍ଜନ ରଥ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ପି.ବି.ରେଡ୍ଡୀ ସମ୍ମାନିତ ଅତିଥିଭାବେ ଏବଂ କ୍ଷେତ୍ରୀୟ କାର୍ମିକ ଅଧିକାରୀ ଏ.ଏନ୍‌.ଶର୍ମା,ଅନନ୍ତ ବିହାର ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ତ୍ରିନାଥ ପଣ୍ଡା,ବିତ ବିଭାଗର ମୁଖ୍ୟ ସି.ଆର.ଦାସ,ବୈଦ୍ୟୁତିକ ବିଭାଗର ମୁଖ୍ୟ ଜୟପ୍ରକାଶ,ନିର୍ମାଣ ବିଭାଗର ମୁଖ୍ୟ ଏ.ତିର୍ଥମଲେଇ,କ୍ଷେତ୍ରୀୟ ସୁରକ୍ଷା ଅଧିକାରୀ ଭି.ଏସ୍‌.ତିମିଆ, ଚିଫ୍ ମ୍ୟାନେଜର କେ.ସି.ଚୈାଧୁରୀ, ଷ୍ଟାଫ୍ ଅଫିସର ବି.କେ.ସେଠୀ, ଜିଏମ୍ ସଚିବ ପ୍ରମୋଦ କୁମାର ପତ୍ରି,ଏଚଏମଏସ୍ ଶ୍ରମିକ ନେତା ଶଙ୍କର ବେହେରା, ବିଏମଏସ ଶ୍ରମିକ ନେତା ସୁଦର୍ଶନ ମହାନ୍ତି,ଜିଲ୍ଲା ରେଡ଼କ୍ରସର ବରିଷ୍ଠ ସଦସ୍ୟ ବଳରାମ ପତି, ତୋଫାନ ଯୁବକ ସଂଘର ସଭାପତି ଧୀରେନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ତାଳଚେର ଏକ ଖଣି ଅଂଚଳ ହୋଇଥିବାରୁ ଏଠାରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇଥାଏ । ଏଥିପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପାନୀୟଜଳ ଯୋଗାଣର ଆବଶ୍ୟକତା ପଡ଼ୁଥିବାରୁ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଏଭଳି ଜଳଛତ୍ରର ବ୍ୟବସ୍ଥା କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଆଗାମୀ ତିନି ମାସ ଯାଏଁ ଦୈନନ୍ଦିନ ଉକ୍ତ ରାସ୍ତାରେ ଯାଆସ କରୁଥିବା ଜନସାଧାରଣ, ଛାତ୍ରଛାତ୍ରୀମାନଙ୍କୁ ଲେମ୍ବୁ ପାଣି,ଦହି ପାଣି,ଥଣ୍ଡା ପାଣି ଏବଂ ଓଆରଏସ ପାଣି ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଅନନ୍ତ ଆମ୍ବୁଲାନ୍ସର ଡିଭିଜନ ଆମ୍ବୁଲାନ୍ସ ଅଫିସର ପଂଚୁ ସାହୁ, ବ୍ରିଗ୍ରେଡ଼ ସଦସ୍ୟ ରଞ୍ଜିତ ସାହୁ,ଅଞ୍ଜନ ଶତପଥୀ,ପ୍ରଫୁଲ୍ଲ ସାହୁ,ବିଭୁତି ମହାରଣା,ଆଶିଷ ବାରିକ,ପ୍ରଶାନ୍ତ ରାଉତ,ଅମରେଶ ସାମଲ,ପ୍ରମୋଦ ସାହୁ,ମାୟାଧର ପ୍ରଧାନ,ବିଦ୍ୟାଧର ପ୍ରଧାନ,ସମୀର ପ୍ରଧାନ,ରାଜେନ୍ଦ୍ର ସାହୁ, ସତ୍ୟ ନାରାୟଣ ପ୍ରଧାନ,ବୈକୁଣ୍ଠ ପ୍ରଧାନ, ଡିଲେଶ୍ୱର ପ୍ରଧାନ,ଦୀପକ ଦାସ, ସୁମନ୍ତ ସାହୁ,ମଳୟ କୁମାର ସାହୁ, ମନୋଜ ପ୍ରଧାନ,କିଶୋରୀ ସାହୁ,ସୁନିଲ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

ରିପୋର୍ଟ:ରବୀନ୍ଦ୍ର ନାଥ ସେଠ,ତାଳଚେର

Leave a Reply

Your email address will not be published. Required fields are marked *