ସେପଟେ ରତ୍ନ ଭଣ୍ଡାର ଚଟାଣ ତଳେ କ’ଣ ରହିଛି ? ସେ ନେଇ ଖୁବ୍‌ ଶୀଘ୍ର ରିପୋର୍ଟ ଦେବ NGRI ଟିମ୍‌ ।

ଶେଷ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ କାମ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ସୂଚନା ଦେଇ କହିଛନ୍ତି- ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ବରେ ସର୍ଭେ ଶେଷ ହୋଇଛି । ଯଦିଓ କାଲି ପାଇଁ ମଧ୍ୟ ସମୟ ଥିଲା, କିନ୍ତୁ ଆଜି ସର୍ଭେ ସରିଛି । NGRI ଶ୍ରେଷ୍ଠ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି। ଉକ୍ତ ସର୍ଭେ ରିପୋର୍ଟ ASIକୁ ହସ୍ତାନ୍ତର ସହ ରାଜ୍ୟ ସରକାରଙ୍କୁ ବି ପ୍ରଦାନ କରାଯିବ। ଟେକ୍ନିକାଲ ସର୍ଭେ ରିପୋର୍ଟ ଆସିବା ପରେ ସେବା ପୂଜା ସହ ଜଡ଼ିତ ସମସ୍ତଙ୍କର ପରାମର୍ଶ ଲୋଡ଼ାଯିବ । ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବା ପରେ କାର୍ଯ୍ୟ ଆଗକୁ ବଢ଼ିବ।

Leave a Reply

Your email address will not be published. Required fields are marked *