ସେଲ୍ଫି ନବା ପାଇଁ ସୋନୁ ନିଗମଙ୍କ ଉପରେ ଆକ୍ରମଣ

ଫୋକସ ପ୍ଲସ 21/2/23( ବ୍ୟୁରୋ):ବଲିଉଡ ସିଙ୍ଗର ସୋନୁ ନିଗମଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି | ମୁମ୍ବାଇର ଏକ କନସର୍ଟରେ ସୋନୁ ନିଗମଙ୍କ ସହ କିଛି ଯୁବକ ଧସ୍ତାଧସ୍ତି କରିଛନ୍ତି | ତେବେ ସୋନୁଙ୍କ ସହ ସେଲ୍ଫି ପାଇଁ ଏଭଳି ଭାବେ ଯୁବକ ମାନେ ଧସ୍ତାଧସ୍ତି ହେଉଥିବା ଜଣାପଡିଛି । ଗତକାଲି ରାତିରେ ମୁମ୍ବାଇର ଏକ କନସର୍ଟରେ ଏଭଳି ଘଟଣା ଘଟିଛି | । ନିଗମଙ୍କ ସହ କିଛି ଯୁବକ ।

ଏବଂ ତାଙ୍କ ସହ ଥିବା ତାଙ୍କର ମହିଳା ମ୍ୟାନେଜର ରଓ୍ଵାନୀ ଖାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । କନସର୍ଟ ସରିବା ପରେ ସୋନୁ ନିଗମ ଷ୍ଟେଜ ତଳକୁ ଆସୁଥିବାବେଳେ ସେଲଫି ନେବାକୁ କିଛି ଯୁବକ ତାଙ୍କ ନିକଟକୁ ଆସିଥିଲେ। ସେଲଫି ନେବାକୁ ମନା କରିବାରୁ ଜଣେ ଯୁବକ ତାଙ୍କୁ ଧରିପକାଇଥିଲେ। ଏହି ସମୟରେ ତାଙ୍କ ସହ ଥିବା ହରି ପ୍ରସାଦଙ୍କୁ ଠେଲିବା ସହ ସୋନୁଙ୍କୁ ମଧ୍ୟ ଠେଲାପେଲା କରିଥିଲେ । ସୋନୁ ସିଡି ଉପରେ ପଡିଯାଇଥିଲେ ।

ମହିଳା ମ୍ୟାନେଜର ରଓ୍ଵାନୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଯୁବକ। ତେବେ ଉଦ୍ଧବ ଠାକରେଙ୍କ ଦଳର ଜଣେ ବିଧାୟକଙ୍କ ପୁଅ ଏଥିରେ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି । ମୁମ୍ବାଇ ପୋଲିସ ଜଣେ ଯୁବକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *