ଫୋକସ ପ୍ଲସ 9/3/2023(ବ୍ୟୁରୋ): ଏଲଏସିରେ ଭାରତ ଓ ଚୀନ୍ରେ ଚାଲିଥିବା ବିବାଦ ଜାରି ରହିଛି। ଏହା ଭିତରେ ସେନା ଗୁଇନ୍ଦା ଏଜେନ୍ସି ପକ୍ଷରୁ ଭାରତୀୟ ସୈନିକଙ୍କୁ ଚୀନ୍ର ମୋବାଇଲ ଫୋନ୍ ବ୍ୟବହାର ନକରିବାକୁ ଏକ ଆଡଭାଇଜରୀ ଜାରି କରାଯାଇଛି। ସୈନିକଙ୍କୁ ସାବଧାନ ରହିବା ସହ ଚାଇନା ମୋବାଇଲ ବ୍ୟବହାର ନକରିବାକୁ କୁହାଯାଇଛି। ଭାରତୀୟ ବଜାରରେ ଥିବା ୧୧ ଟି ପପୁଲାର ଚୀନ୍ ମୋବାଇଲ ବ୍ରାଣ୍ଡ ରହିଛି।
ତାହା ଭିତରେ ଓ୍ବାନପ୍ଲସ୍ ମୋବାଇଲ, ଓପୋ ଓ ରିଏଲମି ରହିଛି। ଆଡଭାଇଜରୀରେ ‘ସୈନିକ ଓ ତାଙ୍କ ପରିବାର ଲୋକଙ୍କୁ ଭାରତ ପାଇଁ ଶତ୍ରୁତାପୂର୍ଣ୍ଣ’ ମନୋବୃତ୍ତି ରଖିଥିବା ଦେଶରେ ତିଆରି ହୋଇଥିବା ମୋବାଇଲ ଫୋନ୍ କିଣିବା କିମ୍ବା ବ୍ୟବହାର କରିବାଠାରୁ ଦୂରେଇ ରହିବା ଦରକାର ବୋଲି କୁହାଯାଇଛି।
ଘଟଣାକ୍ରମ ବିଷୟରେ ଜାଣିଥିବା ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଏଭଳି ପରାମର୍ଶ ଦିଆଯାଇଛି।ଚୀନ୍ ମୋବାଇଲ ଆପ୍ଦ ଓ ଫୋନ୍ର ବ୍ୟବହାର ସମ୍ପର୍କିତ ଡାଟା ଉଲଂଘନ ଓ ବିପଦ ପ୍ରସଙ୍ଗ ପ୍ରଥମ ଥର ପ୍ରଥମ ଥର ୨୦୨୦ ରେ ସାମନାକୁ ଆସିଥିଲା। ଗଲଓ୍ବାନ ଘାଟିରେ ସଂଘର୍ଷ ପରେ ଭାରତ ସରକାର ବହୁ ଚାଇନିଜ୍ ମୋବାଇଲ ଆପ୍ ଉପରେ ବ୍ୟାନ୍ ଲଗାଇ ଦେଇଥିଲେ, କିନ୍ତୁ ବିପଦ କେବଳ ଆପ୍ ପର୍ଯ୍ୟନ୍ତ ସୀମିତ ନଥିଲା। ବହୁ ବିଶେଷଜ୍ଞ ଏହି ଫୋନ୍ ସମ୍ପର୍କିତ ବିପଦ ଆଡକୁ ଇଶାରା କରିଥିଲେ, ଯାହାର ବ୍ୟବହାର ଗୁଇନ୍ଦାଗିରି କିମ୍ବା ସମ୍ବେଦନଶୀଳ ସୂଚନା ଏକାଠି କରିବାକୁ କରାଯାଉଛି।