ସୋନାଲି ଫୋଗାଟଙ୍କ ହତ୍ୟାର ତଦନ୍ତ କରିବ ସିବିଆଇ

ଫୋକସ ପ୍ଲସ(ବ୍ୟୁରୋ) ୧୩/୦୯/୨୦୨୨: ବହୁଚର୍ଚ୍ଚିତ ସୋନାଲି ଫୋଗାଟ ଙ୍କ ମୃତ୍ୟୁ ଘଟଣାରେ ତଦନ୍ତ କରିବ ସିବିଆଇ | ହରିୟାଣା ର ବିଜେପି ନେତ୍ରୀ ସୋନାଲି ଫୋଗାଟ ହତ୍ୟାକାଣ୍ଡରେ ଗୋଆ ସରକାର ସିବିଆଇ ତଦନ୍ତ ଲାଗି ସ୍ୱରାଷ୍ଟ୍ର ମନ୍ତ୍ରାଳୟ କୁ ଚିଠି ଲେଖିବା ପରେ | ମନ୍ତ୍ରାଳୟ ଏହାପରେ ତଦନ୍ତ ପାଇଁ ସୁପାରୀ ଦେଇଛି | ହରିୟାଣା ବାସୀ ଏବଂ ସୋନାଲିଙ୍କ ନାବାଳିକା ଝିଅଙ୍କ ଦାବୀ କୁ ଦୃଷ୍ଟିରେ ରଖି ଏହି ତଦନ୍ତ ସିବିଆଇ କୁ ହସ୍ତାନ୍ତର କରାଯାଇଛି | ତେବେ ଏହି ଘଟଣାରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଗୋଆ ପୋଲିସ ଉପରେ ସମ୍ପୂର୍ଣ୍ଣ ଭରସା ରହିଛି | ପୋଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି |ପୋଲିସ ତାର ତଦନ୍ତ ଠିକ ବାଟରେ କରୁଛି | ସୂଚନା ଅନୁଯାୟୀ, ଅଗଷ୍ଟ ୨୩ ତାରିଖରେ ଗୋଆର ଏକ ରିସୋର୍ଟରେ 43 ବର୍ଷୀୟ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଙ୍କ ମୃତ୍ୟୁ ହୋଇଥିଲା | ତେବେ ଏହି ମାମଲାରେ ସୋନାଲିଙ୍କ ପିଏ ସମେତ ୫ ଜଣକୁ ଗିରଫ କରାଯାଇଥିଲା |

Leave a Reply

Your email address will not be published. Required fields are marked *