ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣାରେ ପ୍ରତିବାଦ

ଫୋକସ ପ୍ଲସ (ବରଗଡ଼) ୨୫/୦୭/୨୦୨୨: ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣା କୁ ନେଇ ଜୋରସସ ପରିବାଦ କରିଛନ୍ତି ଅଭିଭାବକ |ସ୍କୁଲ ସମ୍ମୁଖରେ ଅଭିଭାବକଙ୍କ ରାସ୍ତା ରୋକ ୲
ମୃତ୍ୟୁ ଛାତ୍ର ପ୍ରଥମ ଶ୍ରେଣୀ ର ଆଦିତ୍ୟ ସାହୁ ୲ ସୂଚନା ଯୋଗ୍ୟ ଯେ ଗତ 20 ତାରିଖ ରେ ସ୍କୁଲରେ ଖେଳ ପିରିୟଡ ରେ ଖେଳୁଥିଲା ସମୟରେ ପଡିଯାଇ ଆଦିତ୍ୟ ସାହୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା |ଗୁରୁତର ଅବସ୍ଥାରେବ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ତାରେ 22 ତାରିଖରେ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିଲା ୲ଏନେଇ ବରଗଡ଼ ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଧାନ ପାଳି ନିବାସୀ ଆଦିତ୍ୟ ସାହୁଙ୍କ ବାପା ଉମେଶ ଚନ୍ଦ୍ର ସାହୁ ଓ ମା ନିବେଦିତା ସାହୁ ୲ ଘଟଣା ର ସତ୍ୟାସତ୍ୟ ଉନ୍ମୋଚନ ସହ ସମ୍ପୃକ୍ତ ଖେଳ ଶିକ୍ଷୟତ୍ରୀ ଓ ସ୍କୁଲ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିବା ବେଳେ ଭବିଷ୍ୟତ ରେ କୌଣସି ଏଭଲି ଘଟଣା ର ପୁନରାବୃତ୍ତି ନ ଘଟୁ ବୋଲି ଅଭିଭାବକ ମାନେ କରିଛନ୍ତି ଏବଂ ଆଜି ସ୍କୁଲ ସହ ରାସ୍ତା ରୋକ କରିଥିଲେ

ବରଗଡ଼ ରୁ ଶ୍ରୀକାନ୍ତ ମଟାରୀ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *