ସ୍କୁଲ ଛାତ୍ରଙ୍କୁ ମାଡ଼ । ଫାଣ୍ଡିରେ ଅଭିଯୋଗ । ଫାଣ୍ଡି ଅଧିକାରୀ ଙ୍କ ନ୍ୟାୟ ପ୍ରଦାନରେ ଅଭିଯୋଗ କlରି ଅସନ୍ତୁଷ୍ଟ ।

ଅନୁଗୋଳ (ଫୋକସ ପ୍ଲସ)୨/୨
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା ଅଧିନସ୍ଥ ଟାପଢୋଲ ଫାଣ୍ଡି ଅଂଚଳ ସାନ ଦାଦର ଗ୍ରାମର ଶରତ ଚନ୍ଦ୍ର ସାହୁ ଙ୍କ ପୁଅ ଶକ୍ତି ପ୍ରସାଦ ସାହୁ ୧୪ ବର୍ଷ ନବମ ଶ୍ରେଣୀ ଛାତ୍ର ଙ୍କୁ ସେହି ଗ୍ରାମର ଚିକୁ ପ୍ରଧାନ,ପିତା ପ୍ରଚଳ ପ୍ରଧାନ ,ମିଟୁ ପ୍ରଧାନ ପିତା ନିଳାଞ୍ଚଳ ପ୍ରଧାନ ,କୁସୁମଦରl ଗ୍ରାମର ରୁନା ପ୍ରଧାନ ପିତା ବlଙ୍କନିଧି ପ୍ରଧାନ ମିଶି ଗତ ତା ୨୯ ୧/୨୨ ରିଖ ୫ଘଣ୍ଟିକା ସମୟରେ ମାଡ ମାରି ଲହୁ ଲୁହାଣ କରିଥିବା ଘଟଣା ଉକ୍ତ ଅଂଚରେ ଦେଖା ଦେଇଥିବା ଜଣାଯାଇଛି । ଉକ୍ତ ଘଟଣାକୁ ଜୟକୃଷ୍ଣ ବେହେରା ଓ ସତ୍ୟ ପ୍ରକାଶ ବେହେରା ପ୍ରତାକ୍ଷ ଦର୍ଶୀ ଦେଖିଥିବା ବେଳେ ଡ଼ାକ୍ତରୀ ମଇନା ପ୍ରମାଣ ପତ୍ର ଯୋଗ କରି ଉକ୍ତ ଘଟଣାର ବିଚାର ନିମନ୍ତେ ମାଡ ଖାଇଥିବା ଶକ୍ତି ପ୍ରସାଦ ର ବାପା ଶରତ ଚନ୍ଦ୍ର ସାହୁ ତା ୨୯/୨/୨୨ ରିଖରେ ଟାପଢୋଲ ଫାଣ୍ଡି ରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିବା ଜଣାଯାଇଛି । ଅଭିଯୋଗ କୁ ଭିତି କରି ଫାଣ୍ଡି ଅଧିକାରୀ ଧନେଶ୍ୱର ବିଶ୍ୱାଳ ଘଟଣା ର କୌଣସି ତଦନ୍ତ ନକରି କେଶ ନଂ ୨୯ /୨୨ ଅଣ୍ଡର ସେକ୍ସନ 341,/294,/323,/506,/ 34 IPC ଧାରାରେ ମକୋଦମl ରୁଜ କରିଥିବା ଦେଖାଦେଇଛି ।ଘଟଣାର ୨୯ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଆସାମୀ ମାନଙ୍କ ଉପରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଫଳରେ ଆସାମୀ ମlନେ ନିର୍ଭୟରେ ପୁନର୍ବାର ଅଭିଯୋଗ କାରୀ ଶରତ ଚନ୍ଦ୍ର ସାହୁଙ୍କ ପରିବାରକୁ ମାରିବାକୁ ଓ ବାଡେଇ ବାକୁ ଧମକ ଦେଉଥିବା ଅଭିଯୋଗ ହେଉଛି ।ଏଣୁ କରି ଉଚ୍ଚ କତ୍ତୃପକ୍ଷ ଯଥା ଶୀଘ୍ର ଦୃଷ୍ଟି ଆକର୍ଷଣ କରି ଘଟଣା ସ୍ଥଳକୁ ଆସି ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶରତ ଚନ୍ଦ୍ର ସାହୁ ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଶରତ ଚନ୍ଦ୍ର ସାହୁ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।

ଆଠମଲ୍ଲିକ ରୁ କରୁଣାକର ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *