ସ୍କୁଲ ପରିସର ଘର ଉଛେଦ ଘଟଣା, ଜିଲ୍ଲାପାଳଙ୍କୁ ଦାବିପତ୍ର

ଫୋକସ ପ୍ଲସ(ମାଲକାନଗିରି): ମାଲକାନଗିରି ଜିଲ୍ଲା ଏମଭି ୪୦ ନମ୍ବର ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ନିରଞ୍ଜନ ବୈଦ୍ୟ ନାମକ ଜଣେ ବ୍ୟକ୍ତି ଘର ନିର୍ମାଣ କରି ରହିଛି । ତେବେ ସେହି ବ୍ୟକ୍ତିଙ୍କୁ ବାରମ୍ବାର କହିଲେ ମଧ୍ୟ ସେହି ବ୍ୟକ୍ତି ସେଠାରେ ବନେଇଥିବା ଘରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରୁ ନାହାନ୍ତି । ତେବେ ବର୍ତମାନ ସେହି ସ୍କୁଲ 5ଟି ରେ ରୂପାନ୍ତର ହେବ କିନ୍ତୁ ଏହି ସ୍କୁଲ ପରିସର ମଧ୍ୟରେ ଏହି ଘର ଟି ଥିବାରୁ ଅନେକ ଅସୁବିଧା ହେଉଛି । ତେବେ ସ୍କୁଲ ଭିତରେ ଥିବା ନିରଞ୍ଜନ ବୈଦ୍ୟ ର ଘରକୁ ସେଠାରୁ ଉଠାଇବା ପାଇଁ ସ୍କୁଲ ମେନେଜମେଣ୍ଟ କମିଟି ସଦସ୍ୟ ଓ ଗ୍ରାମବାସି ଆସି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଗ୍ରାମବାସି ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ଦେବା ପୂର୍ବରୁ କାଲିମେଳା BDO , ତହସିଲଦାରଙ୍କୁ ଜଣେଇଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ଶେଷରେ ଆଜି ଶତାଧିକ ଗ୍ରାମବାସି ମାଲକାନଗିରି ଜିଲ୍ଲାପାଳଙ୍କୁ ମିଶି ଏକ ଦାବିପତ୍ର ଦେଇଛନ୍ତି ।

ମାଲକାନଗିରିରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *