ସ୍କୁଲ ପିଲାଙ୍କୁ ବିଷଦେବା ଘଟଣାରେ ନୂଆ ମୋଡ

ଫୋକସ ପ୍ଲସ(ନବରଙ୍ଗପୁର)୩୦/୦୭/ ୨୦୨୨: କାର୍ଯ୍ୟରତ ଶିକ୍ଷୟତ୍ରୀ ସ୍କୁଲ ପିଲାଙ୍କୁ ବିଷଦେବା ଘଟଣା ବର୍ତମାନ ନୂଆ ମୋଡ଼ ନେଇଛି ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ସଦରମହାକୁମା ର ଭାଟିସାଲ ଗୁଡା ବିଦ୍ୟାଳୟ ରେ, କାର୍ଯ୍ୟରତ ଶିକ୍ଷୟତ୍ରୀ ରଚିତା ରାଉତ ଗତକାଲି ମଧ୍ୟାହ୍ନ ଭୋଜନ ସମୟରେ ଭିଡ଼ିଓ ଉତୋଳନ କରୁଥିଲେ ଏନେଇ ରୋଷେଇ ଦାଇତ୍ୱ ରେ ଥିବା କର୍ମଚାରୀ ରଚିତା ଦିଦି ଙ୍କୁ କଣ ହେଇଛି ବୋଲି ପଚାରିବାରୁ ଉତକ୍ଷିତ ହେଇ ରଚିତା ରୋଷେୟା ଙ୍କୁ ମାଡ଼ ମରିଥିବା ଅଭିଯୋଗ ସହ ସମସ୍ତ ଙ୍କୁ ବିଷ ଦେଇ ମାରିଦେବୀ କହି ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିଥିଲେ ବୋଲି ବିଦ୍ୟାଳୟ ର ମଧ୍ୟାହ୍ନ ଭୋଜନ ପରିଚାଳନା କମିଟି ପକ୍ଷରୁ ନବରଙ୍ଗପୁର ଟାଉନ ଥାନା ରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା ,ଏବଂ ରଚିତା ଙ୍କ ବ୍ୟାଗ ରୁ ମୂଷା ମରା ଔଷଧ ବାହାରି ଥିବl କହିଥିଲେ l ଏହି ଘଟଣା ନେଇ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ପଚାରିବାରୁ ଶିକ୍ଷୟତ୍ରୀ ଜଣକ ପ୍ରାୟ ସମୟ ରେ ବିଦ୍ୟାଳୟ ରେ ସମସ୍ତ ଙ୍କୁ ଦୁର୍ବ୍ୟବହାର କରିଆସୁଛନ୍ତି କହିଥିଲେ l ବର୍ତମାନ କିନ୍ତୁ ଏହି ଘଟଣା ନୂଆ ମୋଡ଼ ନେଇଛି ଉକ୍ତ ଶିକ୍ଷୟତ୍ରୀ ଜଣକ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ, ଥାନରେ ମଧ୍ୟ ଏନେଇ ଏତଲା ଦେଇଥିବା ଜଣାପଡିଛି lଜାଣିଶୁଣି ଷଡଯନ୍ତ୍ର କରି ମତେ ଫସା ଯାଇଥିବା ନେଇ ଏବେ ଅଭିଯୋଗ କରିଛନ୍ତି l ମୋବାଇଲ ରେ ସ୍କୁଲ ପିଲାଙ୍କ କାମ କରିବା ଭିଜୁଆଲ ଥିବାରୁ ମତେ ଫସେଇବା ପାଇଁ ବିଗତ ଦିନରୁ ଷଡଯନ୍ତ୍ର କରିଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି l ଏବଂ ସ୍କୁଲ ପିଲା କାମକରିବା ଭିଡିଓ ବର୍ତମାନ ମଧ୍ୟ ଭାଇରାଲ ହେବାରେ ଲାଗିଛି lଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ କୁମାର ନାଗ ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସଠିକ ତଥ୍ୟ ଦିଆଯିବ ବୋଲି କହିଥିଲେ ଏବଂ lଏନେଇ ଶୁକ୍ରବାର ଦିନ ବିଇଓ ଙ୍କ ନିର୍ଦେଶ କ୍ରମେ ଦୁଇଜଣ ଏବିଓ ପୁଷ୍ପାଞ୍ଜଳି ମହାନ୍ତି ଏବଂ ଜଗବନ୍ଧୁ ସୌରା ସ୍କୁଲ ମଧ୍ୟରେ ତଦାରଖ ପାଇଁ ଆସିଥିବା ସୂଚନା ମିଳିଛି !

 

ନବରଙ୍ଗପୁର ରୁ ପଙ୍କଜ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *