ନାଚ ଗୀତାରେ ଝୁମିଲେ ଏସପି

ଫୋକସ ପ୍ଲସ 26/5/22 (ନବରଙ୍ଗପୁର): କିଶୋରୀ ଜାଗୃତି ସପ୍ତାହ ପାଳନ ଉତ୍ସବ ରେ ଗୀତ ଗାଇଲେ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ l ନବରଙ୍ଗପୁର ଜିଲ୍ଲା ନିସନାହାଣ୍ଡି ପଞ୍ଚାୟତ ର ଏକମ୍ବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କିଶୋରୀ ଜାଗୃତି ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ l କାର୍ଯ୍ୟକ୍ରମ ରେ ନିଜେ ଉପସ୍ଥିତ ରହି କିଶୋରୀ ମାନଙ୍କୁ ଉତ୍ସାହିତ କରିବା ସହ ନିଜେ ମଧ୍ୟ ଗୀତ ଗାଇଥିଲେ l ନବରଙ୍ଗପୁର ସହର ମାଝିଗୁଡ଼ା ଠାରେ ଥିବା ଦିନଦୟାଲ ଅନାଥ ଆଶ୍ରମ କୁ ନବରଙ୍ଗପୁର ଜିଲ୍ଲାପାଳ ଡ଼. କାମଳ ଲୋଚନ ମିଶ୍ର ଓ ଏସପି ଏସ. ସୁଶ୍ରୀ ପରିଦର୍ଶନ କରିଥିଲେ। ସେହି ସମୟ ଆଶ୍ରମ ରେ ଥିବା ଅନାଥ ବାଳିକା ମାନେ ତାଙ୍କୁ ସ୍ବାଗତ କରିବା ସହିତ ତାଙ୍କ ସହ କଦଳୀ, ଆମ୍ବ ଓ ମିଠା ଖାଇଥିଲେ। ଏହି ସମୟରେ ଆଶ୍ରମ ରେ ଥିବା ଅନାଥ ବାଳିକା ମାନଙ୍କ ସହ ବାର୍ତ୍ତା ଲାପ କରି ଥିଲେ ଏବଂ ଆଗକୁ ବଢିବା ସ୍ବାସ୍ଥ୍ୟ ଓ ଶିକ୍ଷା କୁ ଗୁରୁତ୍ଵ ଦେବାର ଆଶ୍ରମ ର ଝିଅ ମାନେ ଆଗକୁ ବଢ଼ିବେ ଓ ନିଜେ ସ୍ୱାବଲମ୍ବୀ ହୋଇ ପାରିବେ ଏହା ଉପରେ ଚର୍ଚ୍ଚା କରିଥିଲେ। ଏହି ଅବସରେ ରେ ଅନାଥ ଆଶ୍ରମ ରେ ଥିବା ଝିଅ ମାନଙ୍କ ସହିତ ମିଶି ନିଜେ ନାଚିଥିଲେ । ଝିଅ ମାନଙ୍କ ସହିତ ତାଳରେ ତାଳ ଦେଇ ନାଚି ଉତ୍ସାହିତ କରିଥଲେ। ତାଙ୍କ ସହିତ ନାଚି ଅନାଥ ଆଶ୍ରମ ର ଝିଅ ମାନେ ମଧ୍ଯ ବେଶ ଖୁସୀ ଅନୁଭବ କରିଥଲେ।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ୍ ସାବନ୍ ଖୁରା ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *