ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ

ଫୋକସ ପ୍ଲସ(କଳାହାଣ୍ଡି)୨୯/୦୮/୨୦୨୨: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ବୋରିଆ କ୍ଲଷ୍ଟର ରେ ଆଜି ତାରିଖ 30/08/2022 ମଙ୍ଗଳ ବାର ଦିନ ସ୍କୁଲ ପରିଚାଳନା କମିଟି ଅଧକ୍ଷ ଅକ୍ଷୟ ଭାଟି ଙ୍କ ଅଧକ୍ଷତା ରେ ବହାଦୁର ପଦରକଲୋନୀ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇଛି, ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପଥର୍ଲା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ଖର୍ଷେଲ ଉପସ୍ଥିତ ଥିବା ବେଳେ ବିଦ୍ୟାଳୟ ର ଶିକ୍ଷକ ମାନେ ଓ ସ୍କୁଲ ପରିଚାଳନା କମିଟି ର ସଭ୍ୟସଭ୍ୟା ଙ୍କ ଉପସ୍ଥିତ ରେ ସ୍କୁଲ ର ପ୍ରଧାନ ଶିକ୍ଷକ ଯୁଗଳ କିଶୋର ମହଲା ସମସ୍ତ ଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ପଥର୍ଲା ଗ୍ରାମପଞ୍ଚାୟତ ର ସରପଞ୍ଚ ପ୍ରଥମେ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରିଥିବାବେଳେ ସ୍କୁଲ ପରିଚାଳନା କମିଟି ର ସଭାପତି ଅକ୍ଷୟ ଭାଟି,ଉପ ସଭାପତି ଶ୍ରୀମତୀ ବବିତା ମାଝୀ ଙ୍କ ସମେତ ଅନ୍ୟ ସଭ୍ୟ ସଭ୍ୟା ମାନେ ସହଯୋଗ କରିଥିଲେ, ଶେଷରେ ସହକାରୀ ଶିକ୍ଷକ, ଗୌରଶଙ୍କର ସୁନା ଓ ଦିଲୀପ କୁମାର ସାହୁ ସମସ୍ତ ଅତିଥି, ସାମ୍ବାଦିକ ଓ ସ୍କୁଲ ପରିଚାଳନା କମିଟି ର ସଭ୍ୟସଭ୍ୟା ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରିଥିବାରୁ ଛାତ୍ରଛାତ୍ରୀ ବେଶ ଖୁସି ହଉଥିବାର ଦେଖାଯାଇଥିଲା|

କଳାହାଣ୍ଡି ଜିଲ୍ଲା, କେସିଙ୍ଗା ରୁ ସତ୍ୟ ନାରାୟଣ ମହାନନ୍ଦ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *