ସ୍ତ୍ରୀକୁ କଟୁରିରେ ହାଣିଲା ସ୍ବାମୀ

ଫୋକସ ପ୍ଲସ (ବାଲିଆପାଳ): ପାରିବାରିକ ସମସ୍ୟାକୁ ନେଇ କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ହାଣିଲା ସ୍ବାମୀ। ଗୁରୁତର ଅବସ୍ଥାରେ ମେଡିକାଲ ରେ ଭର୍ତି। କଟୁରି ଧରି ଥାନାରେ ଆତ୍ମ ସମର୍ପଣ କଲା ସ୍ୱାମୀ । ସୁଚନା ଅନୁଯାୟୀ ବାଲିଆପାଳ ଥାନା ହାସିମପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁ ସିଂଲା ଥାନା ଅନ୍ତର୍ଗତ ନହଞ୍ଜରା ଗ୍ରାମର ଜୟନ୍ତୀ ପ୍ରଧାନଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ | ବିବାହ ପରଠାରୁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା,ଏହାକୁ ନେଇ ସ୍ତ୍ରୀ ଜୟନ୍ତୀ ସ୍ବାମୀଙ୍କ ପାଖରେ ନରହି ବାପଘରେ ରହୁଥିଲେ ଏବଂ ସିଂଲା ଥାନା ସମ୍ମୁଖରେ କ୍ରୀଷ୍ଣା ନାମକ ଏକ ବିୟୁଟି ପାର୍ଲର କରିଥିଲେ।

ଏହି ଘଟଣାକୁ ନେଇ ପୂର୍ବରୁ ଉଭୟ ବାଲିଆପାଳ ଏବଂ ସିଂଲା ଥାନାରେ ପୃଥକ ପୃଥକ ମାମଲା ରହିଛି, ଆଜି ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ଏକ କଟୁରୀ ଧରି ବିୟୁଟି ପାର୍ଲର ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ, ପରେ କଟୁରୀ ସହିତ ସିଂଲା ଥାନାରେ ଆତ୍ମସମର୍ପଣ କରିଛି, ସ୍ବାମୀ ସ୍ଥାନୀୟ ଲୋକେ ଗୁରୁତର ଜୟନ୍ତୀ କୁ ବସ୍ତା ଡ଼ାକ୍ତରଖାନାରେ ଭର୍ତି କରିଛନ୍ତି ।ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ , ସ୍ବାମୀ ପୂର୍ଣ୍ଣ ଚନ୍ଦ୍ର ସବୁ ସମୟରେ ମଦ୍ୟପାନ କରି ଜୟନ୍ତୀକୁ ମାରଧର କରୁଥିବାରୁ ଏହି ବିବାଦ ରହିଥିବା କଥା କହିଛନ୍ତି ସ୍ଥାନୀୟ ସରପଞ୍ଚ ।

ବାଲିଆପାଳରୁ ଲଷ୍ମୀଧର ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *