ସ୍ତ୍ରୀ ଓ ଛୁଆକୁ ଛାଡି ସ୍ବାମୀ ଫେରାର

ଫୋକସ ପ୍ଲସ(ପାରାଦୀପରୁ)୦୯ /୦୮/୨୦୨୨:ବିବାହିତା ମହିଳାଙ୍କୁ ଶାଶୁଘର ଲୋକଙ୍କ ଜାତିଆଣା ଆକ୍ଷେପ | ସ୍ତ୍ରୀ ଓ ଦୁଇ ବର୍ଷର ପୁଅକୁ ଛାଡି ଆନ୍ୟ ଏକ ମହିଳା ଙ୍କ ସହ ସ୍ବାମୀ ରହୁଥିବା ଅଭିଯୋଗ | ବିବାହିତ ମହିଳ ଥାନାରେ ଦ୍ବାରସ୍ଥ । ଜଗତସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ , ଗୋଡା ଗ୍ରାମର ବ୍ରହ୍ମାନନ୍ଦ ବାରିକଙ୍କ ପୁଅ ପ୍ରତାପ ବାରିକ, ବର୍ଷା ମଲିକ ନାମ ମହିଳାଙ୍କୁ ତିନି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ | ବିବାହର କିଛି ଦିନ ସାଂସାରିକ ଜୀବନ ଭଲରେ କଟିବା ପରେ, ଶାଶୂଘର ପକ୍ଷରୁ ଆରମ୍ଭ ହୋଇଥିଲା ଶାରୀରିକ ଓ ମାନସିକ ନିର୍ଯ୍ୟାତନା, ବାପଘରୁ ଅଧିକ ଯୌତୁକ ଆଣିବାକୁ ଦାବି କରିଥିଲେ ଶାଶୂ ଶଶୁର, ଦିଅର ଓ ସ୍ୱାମୀ ପ୍ରତାପ ବାରିକ | ଯୈତୁକ ନ ଆଣିବାରୁ ସ୍ବାମୀ ପ୍ରତାପ ନିଜର ଦୁଇ ବର୍ଷର ପୁତ୍ର ସନ୍ତାନ ଓ ସ୍ତ୍ରୀ କୁ ଛଡି ଅନ୍ୟ ଏକ ମହିଳା ଙ୍କ ସହ ରହୁଥିବା ଏରସମା ଥାନେ ଅଭିଯୋଗ କରିଛନ୍ତି ବର୍ଷା ମଲିକ | ସ୍ବାମୀ ପ୍ରତାପ ରହୁଥିବା ଜୈନିକ ମହିଳା ଙ୍କ ସହ ବିବାହ କରିବାକୁ ଯୋଜନା କରୁଥିବା ବର୍ଷା ଅଭିଯୋଗ କରିବା ସହିତ ଦୁଇ ବର୍ଷର ପୁଅ ପାଖକୁ ଫେରିଆସିବାକୁ ନିବେଦନ କରିଛନ୍ତି |

ପାରାଦୀପରୁ ରୁ ମନୋଜ ସାହୁ ଙ୍କ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *