ସ୍ତ୍ରୀ ଠାରୁ ସ୍ୱାମୀକୁ ଛଡାଇ ନେଉଛି ନକଲି ମଦ |

ଫୋକସ ପ୍ଲସ ୨୦/୧/୨୩(କଳାହାଣ୍ଡି):ଅନେକ ଦିନରୁ ନର୍ଲା ଥାନା ଅଧିନସ୍ଥ ବାଲିପଡ଼ା ଅଞ୍ଚଳରେ ଧର୍ମଗଡ଼ର ଜଣେ ମଦ ମାଫିଆ ବାଲିପଡ଼ା ରାସ୍ତା କଡରେ ଏକ ଏଫ.ଏଲ. ଅପ ଶୋପ ଖୋଲି ପ୍ରହସନ କରୁଛି l ଉକ୍ତ ମଦ ମାଫିଆର ଅସଲ ଉଦେଶ୍ୟ ହେଲା ବନ୍ଦ କୋଠରୀ ଭିତରେ ନକଲି ମଦ ପ୍ରସ୍ତୁତ କରିବା ଏବଂ ବେଆଇନ ଭାବେ ଘରକୁ ଘର ମଦ ପହଞ୍ଚାଇ ଭରପୁର ମୁନଫା ନେବା l ଏହି ନକଲି ମଦ ପ୍ରସ୍ତୁତ କାରୀ ସଂସ୍ଥା ଗାଁ ଗାଁ ରେ ନକଲି ମଦ ଲୋକଙ୍କୁ ପିଆଇ ନିରୀହ ଲୋକଙ୍କ ଜୀବନ ସହ ଖେଳ ଖୋଳୁଥିବା ଭଳି ଅଭିଯୋଗ ମାନ ସାମ୍ନାକୁ ଆସୁଛି l ଯାହା ଫଳରେ ଗାଁର ଅନେକ ଅଳ୍ପ ବୟସ୍କ ମହିଳା ଏହି ନକଲି ମଦ ପାଇଁ ନିଜନିଜ ସ୍ୱାମୀକୁ ହରାଇ ବିଧବା ହେଇ ବସିଛନ୍ତି l ଉକ୍ତ ମଦ ମାଫିଆ ଜଣକ ବାଲିପଡ଼ା ଅଞ୍ଚଳକୁ ଲାଗିରହିଥିବା ଅନେକ ଗାଁରେ ନିଜ କାୟା ବିସ୍ତାର କରିବା ସଙ୍ଗେ ସଙ୍ଗେ ସମ୍ପୂର୍ଣ ରୁପ୍ରାରୋଡ ପଞ୍ଚ୍ୟାୟତକୁ ମଧ୍ୟ ନିଜ କବ୍ଜାରେ ରଖିଛି l ଯାହା ଫଳରେ ରୁପ୍ରାରୋଡରେ ବର୍ତମାନ ମଦର ବନ୍ୟା ହେବାରେ ଲାଗିଛି l ରୁପ୍ରାରୋଡରେ ଏଫ.ଏଲ. ଅପ ଶୋପ ନ ଥାଇ ମଧ୍ୟ ଏଠି ଏଫ.ଏଲ. ଅପ ଶୋପ ଠାରୁ ଅଧିକ ପରିମାଣରେ ଦେଶୀ ଓ ବିଦେଶୀ ମଦ ବିକ୍ରି କରାଯାଉଛି l ଫଳରେ ରୁପ୍ରାରୋଡ ଅଞ୍ଚଳର ଯୁବ ଗୋଷ୍ଠି କାମ ଧାମ ରେ ମନ ନ ଦେଇ ଅଳ୍ପ ବୟସରେ ମତୁଆଲା ହେଇ ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି l ରୁପ୍ରା ରୋଡ କିଛି ଅଳ୍ପ ବୟସ୍କ ଯୁବକ ଏଭଳି ମଦର ଆଦି ହେଇ ସାରିଛନ୍ତି ଜେ କିଛି ସ୍ତ୍ରୀ ତାର ସ୍ୱାମୀର ଚିନ୍ତାରେ ମୁଣ୍ଡ ବାଡେଇଲାଣି ତ କେତେକେ ସ୍ଥାନରେ ଉଜ୍ବଳ ଭବିଷ୍ୟତର ସ୍ବପ୍ନ ଦେଖିଥିବା ଜଣେ ମାଁ ତା ପୁଅ ଚିନ୍ତାରେ ମୁଣ୍ଡ ବାଡ଼ଉଛି l କିଛି ଦିନ ତଳେ ସ୍କ୍ୱାର୍ଡ ଟିମ ଆସି ବଳିପଡ଼ାର ଏକ ଭଡା ଘର ନେଇ ନକଲି ମଦ ପ୍ରସ୍ତୁତ କରୁଥିବା କିଛି ବିହାରୀ ମାନଙ୍କ ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିଥିବା ସୂଚନା ମିଳିଥିଲା l ତେବେ ଏଠି ପ୍ରଶ୍ନ ଉଠୁଛି ନକଲି ମଦ ଜବତ କରାଯିବା ପରେ ମଧ୍ୟ ଏତେ ମାତ୍ରାରେ ନକଲି ମଦ ଆସୁଛି କୋଉଠୁ ? ଆଉ ଏତେ ମାତ୍ରାରେ ନକଲି ମଦ ପ୍ରସ୍ତୁତ କରାଯାଉଛି କେଉଁଠି?ଏବଂ ଏହି ନକଲି ମଦ ବିକ୍ରି କରାଯାଉଥିବା ଏହି ଦୋକାନ ମାନଙ୍କୁ ଲାଇସେନ୍ସ ଦେଉଛି କିଏ? ଶୁଣାଯାଉଛି ଯେ ବାଲିପଡା ଏଫ.ଏଲ.ଅପ ଶୋପରୁ ଉକ୍ତ ସ୍ଥାନ ମାନଙ୍କୁ ମଦ ପେଟି ସବୁ ଜରି ବସ୍ତା ମାନଙ୍କରେ ଭରି ଏକ ପୁରୁଣା ଟିଭିଏସ ସ୍ପୋର୍ଟସ ମୋଟର ସାଇକଲ ଜରିଆରେ ଜଣେ ଏଜେଣ୍ଟ ସହାୟତାରେ ଚାଲାଣ କରାଯାଉଛି l ହେଲେ ଏତେ ସବୁ ଘଟଣା ଘଟୁଥିବା ବେଳେ ନର୍ଲାର ଅବକାରୀ ବିଭାଗ ସର୍କସର ରିଙ୍ଗ ମାଷ୍ଟର ହେଇ ବସିଛି ଆଉ ଆଇଆଇସିଙ୍କ କଥା ତ ନ କହିବା ଭଲ l ନର୍ଲା ଥାନାର ଭାରି ଟାଣୁଆ ପୋଲିସ ଅଧିକାରୀ ଆଇ ଆଇସି ଗଙ୍ଗାଧର ମେହେର ସବୁ ଜାଣି ଶୁଣି ମଧ୍ୟ ଚୁପ ହେଇ ବସିଛନ୍ତି l ସୁନା ଗହଣା ଜବତ କରିବା ପାଇଁ ପୋଲିସ ଫୋର୍ସ ଧରି ଯେତେବେଳେ ଚାନ୍ଦତାରା ଯାଇ ପାରୁଛନ୍ତି ତାହେଲେ ନାକ ତଳେ ଏତେ ସବୁ କାଣ୍ଡ କରାଯାଉଥିଲେ ସୁଦ୍ଧା ପୋଲିସ ପାଖରେ ଖବର ରହି ପାରୁନି କେମିତି? ନା ଜାଣିଶୁଣି ନର୍ଲା ଅବକାରୀ ବିଭାଗ ସହିତ ନର୍ଲା ପୋଲିସ ଆଖି ବନ୍ଦ କରି ଦେଇଛନ୍ତି l ଗତ କିଛି ଦିନ ତଳେ ଚାନ୍ଦ ତାରା କେସକୁ ନେଇ କୁଆଡେ଼ ଏକ ବଡ଼ ଡ଼ିଲ ପାଟଣାଗଡ଼ର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଫାଇନାଲ କରଯାଇଥିଲା ବୋଳି ଶୁଣିବାକୁ ମଧ୍ଯ ମିଳୁଛି l କିଛି ଦିନ ତଳେ ରୁପ୍ରା ଏଫ.ଏଲ. ଅପ ଶୋପର ଜଣେ ବ୍ୟକ୍ତି ଏକ ଗାଡିରେ ମଦ ନେଇ ଯାଉଥିବା ସମୟରେ ନର୍ଲା ପୋଲିସର ଜଣେ ଅଧିକାରୀ ମଦ ସହ ଏକ ଗାଡିକୁ ଜବତ କରିଥିଲା l ଏବଂ ଛାଡିବା ପାଇଁ ଏକ ଲକ୍ଷ ଟଙ୍କା ଦାବି କରିଥିଲା l କଥାବାର୍ତ୍ତା ପରେ ୫୦,୦୦୦/- ଟଙ୍କାରେ ଡିଲ ଫାଇନାଲ ହେଇଥିଲା l ସେ ମଧ୍ୟରୁ ୪୦,୦୦୦/- ଟଙ୍କା ପୋଲିସ ପାଇଥିଲା ବାକି ରହିଥିବା ୧୦,୦୦୦/- ଟଙ୍କା ନ ପାଇଥିବାରୁ ତାଙ୍କ ଗାଡିଟିକୁ ଥାନାରେ ଦୁଇ ଦିନ ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା l କିଛି ଦିନ ତଳେ ଫୋକସ ପ୍ଲସ ରେ ମଦ ମାଫିଆଙ୍କୁ ନେଇ ଖବର ପ୍ରସାରଣ କରାଯାଇଥିଲା l ଏବଂ ସେଥିରେ ନର୍ଲା ପୋଲିସ ମଦ ମାଫିଆଙ୍କ ପାଖରୁ ମାସିକିଆ ବଟି ନେଉଥିବା କଥା କୁହାଯାଇଥିଲା l ଖବର ପ୍ରସାରଣ ପରେ ଭୟରେ ବାଧ୍ୟ ହେଇ ୨ ଦିନ ଧରି ଅଟକ ରଖିଥିବା ଗାଡିଟିକୁ ଛାଡିବାକୁ ପଡିଥିଲା ବୋଲି ଖବର ମିଳୁଛି l ଉକ୍ତ ଡିଲର ସମସ୍ତ ପ୍ରମାଣ ସହ ଅଡିଓ ଟେପ୍ ମଧ୍ୟ ଆମ ପାଖରେ ରହିଛି ଯାହା ଆଗାମୀ ଦିନରେ ଅଧିକ ପ୍ରମାଣ ଶହ ଉକ୍ତ ଅଧିକାରିଙ୍କ ନାଁ ସର୍ବସାଧାରଣଙ୍କ ସାମ୍ନାକୁ ଅଣାଯିବ l ଗାଁ ମାନଙ୍କରେ ମଦ କୋଠୀ ଖୋଲା ଯିବା କାରଣରୁ ଯୁବ ପିଢ଼ି ମଦ ପିଇ ଚୋରୀ ଡକାୟତି ଆରମ୍ଭ କରିଦେଲେଣି l ଗତ କିଛି ମାସ ତଳେ ନର୍ଲା ଗୌତମ ଛିଣ୍ଡା କଂପ୍ଲେକ୍ସ ସମ୍ମୁଖରୁ ଚିନ୍ମୟ ଚାନ୍ଦ (ଟିଟୁ) ଙ୍କ ହୋଣ୍ଡା ୟୁନିକାନ ଗାଡି କିଛି ଦୁର୍ବୁତ୍ତ ଚୋରି କରି ନେଇଥିବା ବେଳେ ୨୦ ତାରିଖ ଶୁକ୍ରବାର ରାତିରେ ନର୍ଲା ରେଗଡିମାଲ ବାସିନ୍ଦା ମନ ସାହୁଙ୍କ ଘରୁ ତାଙ୍କ ରୋୟାଲ ଏନଫିଲ୍ଡ ଗାଡ଼ି ଚୋରି ହେଇଥିବା ସୂଚନା ମିଳିଛି l ଏଭଳି ଅନେକ ଘଟଣା ରହିଛି ଯାହା ନର୍ଲା ପୋଲିସ ସାମ୍ନା କୁ ଆଣିବାରେ ବିଫଳ ରହିଛି l ନର୍ଲା ରେ ଖୁଲମ ଖୁଲ୍ଲା ଶ୍ରୀକିଶନ ଅଗ୍ରୱାଲଙ୍କୁ ତାଙ୍କ ବାସ ଭବନର ଭିତରେ ହତ୍ୟା କରାଗଲା ହେଲେ ଆଜି ପର୍ଯ୍ୟନ୍ତ ଆସାମୀ ମାନଙ୍କୁ ନର୍ଲା ପୋଲିସ ଧରିବାରେ ବିଫଳ ରହିଛି l ଗତ କିଛି ମାସ ତଳେ ସନ୍ତୋଷ ଦାଶ ଙ୍କ ଘରୁ ତାଙ୍କ ବାଇକ ଚୋରି ଘଟଣା କୁହନ୍ତୁ ଅବା ଗତ ବର୍ଷ ଜାନୁଆରି ମାସରେ ସମୀର ଗନ୍ତାୟତ ଘରୁ ଦୁର୍ବୁତ୍ତ ଆଲମିରା ଭାଙ୍ଗି ସୁନା ଗହଣା ନେଇ ଯିବା ଘଟଣା ଏବଂ ଜଣେ କର୍ତବ୍ୟ ରତ ସାମ୍ବାଦିକ ଙ୍କୁ ହତ୍ୟା ଧମକ ଦେଇ ମାଓ ପୋଷ୍ଟର ବୀଚ ରାସ୍ତା ଉପରେ ଲଗେଇବା ଭଳି ଅନେକ ଘଟଣା ରହିଛି ଯାହା ପୋଲିସ ଧରିବାରେ ବିଫଳ ରହିଛି l ବଢ଼ି ଚାଲିଥିବା ବେଆଇନ ମଦ କରବାର ଉପରେ ପୋଲିସ ଲଗାମ ଲଗେଇବାରେ ବିଫଳ ରହିଥିବା ବେଳେ ଗତ କାଲି ଭୋର ସକାଳ ୫ ଟା ବେଳେ ଜଣେ ଗଣମାଧ୍ୟମ ପ୍ରତିନିଧି ଚୋରା ଚାଲାଣ କରାଯାଉଥିବା ଜଣେ ମଦ ମାଫିଆ ଙ୍କ ଏଜେଣ୍ଟ କୁ ଅଟକ ରଖି ନର୍ଲା ପୋଲିସ କୁ ସୂଚନା ଦେଇଥିଲେ l ମାତ୍ର ୧୦ କିଲୋମିଟର ରାସ୍ତାକୁ ନର୍ଲା ପୋଲିସ୍ କୁ ଆସିବାରେ ପ୍ରାୟ ଏକ ଘଣ୍ଟା ରୁ ଅଧିକ ସମୟ ଲାଗିଥିଲା l କିନ୍ତୁ ପୋଲିସ ପହଞ୍ଚି ମଦ ଜବତ କରିବା ସହ ଗାଡ଼ି ରେ ମଦ ବୋହି ନେଉଥିବା ଏଜେଣ୍ଟ ଏବଂ ଏକ ମୋଟର ସାଇକେଲ କୁ ଜବତ କରିଥିଲା l ଏଭଳି ପରିସ୍ଥିରେ ପୋଲିସ ର କାମ ଯଦି ସାଧାରଣ ଜନତା କରିବ ତାହେଲେ ଜନ ସାଧାରଣ ଗୁହାରି କରିବେ କାହାକୁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରୁଛି l

Leave a Reply

Your email address will not be published. Required fields are marked *