ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା ସାମୁଦ୍ରିକ ଝଡ଼ ଅସାନୀ ଓଡ଼ିଶାର ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ନଥିଲେ ବି ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସେହିଭଳି କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା ।
ଏବେ ପୁରୀଠୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଥିବା ଭୀଷଣ ବାତ୍ୟା ଅସାନୀ କ୍ରମଶଃ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା । ପୁରୀଠୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଥିବା ଅସାନୀ ଘଣ୍ଟା ପ୍ରତି ପ୍ରାୟ ୧୬ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପାଣିପାଗ ବିଭାଗର ସର୍ବଶେଷ ସୂଚନା ଅନୁସାରେ ଅସାନୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ କ୍ରମଶଃ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବତ୍ୟାର ରୂପ ନେବା ସମ୍ଭାବନା ରହିଛି । ତେବେ ଏହାର ପ୍ରଭାବରେ ଆସନ୍ତା ୩ ଦିନ ଧରି ଉପୂକଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ଚେତବାନୀ ଦେଇଛି ପାଣିପାଗ ବିଭାଗ I