ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦାବି, ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଫୋକସ ପ୍ଲସ(ହିନ୍ଦୋଳ)୨୯/୦୮/୨୦୨୨: ହିନ୍ଦୋଳ ବ୍ଲକ ଅନ୍ତର୍ଗତ କାରନ୍ଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 8 ଟି ଶ୍ରେଣୀରେ 202 ଛାତ୍ରଛାତ୍ରୀ ପାଠ ପଢ଼ନ୍ତି I ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ସରକାରଙ୍କ ତାଲିକାରେ 7 ଜଣ ଶିକ୍ଷକ ଥିବା ପରେ ମଧ୍ୟ ପଢ଼ାରେ ଅସୁବିଧା ହୁଏ I ଏହାର କାରଣ ଅଭିଭାବକ ମାନେ ଖୋଜି ଜାଣିଥିଲେ ଯେ ପ୍ରକୃତ ଘଟଣା ହେଉଛି 7 ଜଣ ଶିକ୍ଷକଙ୍କ ମଧ୍ୟରୁ 3/4 ମାସ ହେବ ଦୁଇ ଜଣ ଶିକ୍ଷକ ଛୁଟିରେ ଅଛନ୍ତି Iଜଣେ ଶିକ୍ଷକ ଅନ୍ୟତ୍ର ଡେପୁଟେସନ ରେ ଯାଇଛନ୍ତି I ଜଣେ ଦୃଷ୍ଟିହୀନ ଶିକ୍ଷକ ଅଛନ୍ତି I ଆଉ ଜଣେ ଶିକ୍ଷୟତ୍ରୀଙ୍କ ର ଜଣେ ବିକଳାଙ୍ଗ ପିଲାଙ୍କୁ ଧରି ସ୍କୁଲକୁ ଆସୁଥିବାରୁ ସେହି ଶିକ୍ଷୟତ୍ରୀ ଠିକରେ ପିଲାଙ୍କୁ ପାଠ ପଢାଇ ପାରୁନଥିବାର ଜାଣିବାକୁ ପାଇଥିଲେ I ଏହି ପରି ଅସୁବିଧା 5 ମାସ ହେବ ଲାଗି ରହି ଥିବା କଥା ଅଭିଭାବକ ମାନେ ଅଭିଯୋଗ କରିଆସୁଥିଲେ I

ଅଭିଭାବକ ମାନେ ଏ ବିଷୟରେ ବାରମ୍ବାର ଅଭିଯୋଗ କରିବା ପରେ ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷାଅଧିକାରୀ କୌଣସି ପଦକ୍ଷେପ ନେଉ ନଥିବା ଦେଖିବାକୁ ମିଳିଥିଲା I ଆଜିକୁ 5 ଦିନ ବିତିଯାଇଥିଲେ ମଧ୍ୟ ବ୍ଲକ ଶିକ୍ଷାଅଧିକାରୀ କୌଣସି ପଦକ୍ଷେପ ନ ନେବାରୁ ଆଜି ଗ୍ରାମବାସୀ ରାଜ ରାସ୍ତାକୁ ଆବୋରଧ କରିଥିଲେ I ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଆସି ଢେଙ୍କାନାଳରୁ ହିନ୍ଦୋଳ କୁ ଯାଇଥିବା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ I ପ୍ରାୟ 3 ଘଣ୍ଟା ରାସ୍ତା ଅବରୋଧ କରିବା ପରେ ହିନ୍ଦୋଳ ପ୍ରଶାସନ ର କୌଣସି ଅଧିକାରୀ ଆସିନଥିଲେ I ଆଇନ ଶୃଙ୍ଖଳା ପରିସ୍ଥିତିକୁ ଏଡେଇବା ପାଇଁ ରାସୋଳ ଥାନା ଅଧିକାରୀ ସେ ସ୍ଥାନରେ ଆସି ପହଂଚି ଥିଲେ I କିଛି ସମୟରେ ପୋଲିସ ଅଧିକାରୀ ଙ୍କ ସହ ଲୋକ ମାନଙ୍କର ଯୁକ୍ତି ତର୍କ ମଧ୍ୟ ଦେଖିବାକୁ ମିଳିଥିଲା I ଅଧିକ ଉତ୍ତେଜନା ଦେଖାଦେବା ପରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଆସି ଲୋକ ମାନଙ୍କୁ ବୁଝାଇଥିଲେ I ଏକ ସପ୍ତାହରେ ସମସ୍ତ ଅସୁବିଧା ଦୂର କରାଯିବ ଏବଂ ସ୍ଥାୟୀ ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ 3 ଜଣ ଶିକ୍ଷକ ଙ୍କୁ ଡେପୁଟେସନ ରେ ଦେବାପାଇଁ ପ୍ରତିଶୃତି ଦେବା ପରେ ମାନେ ଆନ୍ଦୋଳନ ରୁ ଉଠିଥିଲେ I

ହିନ୍ଦୋଳରୁ ଧବଳ ପ୍ରସାଦ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *