ସ୍ପା ସେଣ୍ଟରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,-ସ୍ପା ସେଣ୍ଟରରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲେ ୨ ଜଣ କର୍ମଚାରୀ । ଏପରି ଅଭାବନୀୟ ଘଟଣା ଘଟିଛି ନୋଏଡା ଅଞ୍ଚଳରେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ତେବେ ସୂଚନା ଅନୁସାରେ, ନୋଏଡା ଗିଝୋଡ ଗ୍ରାମର ଆଶୀର୍ବାଦ ସେଣ୍ଟରରେ ଏକ ସ୍ପା ସେଣ୍ଟର ରହିଛି । ଏଠାରେ ଗୁରୁବାର ସନ୍ଧ୍ୟା ସାଢେ ୫ଟାରେ ନିଆଁ ଲାଗିଯାଇଥିଲା । ଅଘଟଣ ବେଳେ ସ୍ପାରେ ୧୨ରୁ ଅଧିକ ଯୁବକ ଓ ଯୁବତୀ ରହିଥିଲେ । ତେବେ ସମସ୍ତେ ବର୍ତ୍ତି ଯାଇଥିବା ବେଳେ ଜଣେ ମହିଳାଙ୍କ ସମେତ ୨ ଜଣ ପ୍ରାଣ ହରାଇଛନ୍ତି । ମୃତକ 2 ଜଣ ହେଲେ ଅଙ୍କୁଶ ଓ ରାଧା ଚୌହାନ ।ଅଗ୍ନିକାଣ୍ଡ ସମ୍ପର୍କରେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଟିମ୍ ଆସି ନିଆଁ ଲିଭାଇଥିଲା । ଏହାସହ ମୃତଦେହକୁ ମଧ୍ୟ ଉଦ୍ଧାର କରିଥିଲା । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *