ଫୋକସ ପ୍ଲସ(ମାଲକାନଗିରି)୨୨/୦୮/୨୦୨୨: ଜିଲ୍ଲାର ବଣ୍ଡା ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅଣ୍ଟା ଭିଡିଛି ଓରମାସ(Odisha Rural Development and Marketing Society) । ବଣ୍ଡା ଘାଟିରେ ପହଞ୍ଚି ମହିଳା ମାନଙ୍କୁ ଝାଡ଼ୁ ପ୍ରସ୍ତୁତି ଓ ପଣସ ଚିପ୍ସ ପ୍ରସ୍ତୁତିର ତାଲିମ ଦେଇଛି ଓରମାସ । ଖୁବ ଅଳ୍ପଦିନ ମଧ୍ୟରେ ବଣ୍ଡା ଘାଟିରୁ ଝାଡୁ ଓ ପଣସ ଚିପ୍ସ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେବ ବୋଲି ଓରମାସ ଆଶା ପ୍ରକାଶ କରିଛି । ମାଲକାନଗିରି ଜିଲ୍ଲାର ବଣ୍ଡା ସମ୍ପ୍ରଦାୟ ଅଞ୍ଚଳରେ ଏବେ ସ୍ବାବଲମ୍ବୀ ହେବାକୁ ଯାଉଛନ୍ତି ମହିଳା । ସେମାନେ ଏବେ ଘର କୋଣରେ ନ ରହି ହେବେ ସ୍ବାଭିମାନ ମହିଳା । ଏନେଇ ଅଣ୍ଟା ଭିଡିଛି ଓରମାସ । ମହିଳାଙ୍କ ସ୍ବାବଲମ୍ବୀ ପାଇଁ ଅପହଞ୍ଚ ଇଲାକା ବଣ୍ଡା ଘାଟିରେ ପହଞ୍ଚିଥିଲା ଓରମାସ । ସେଠାରେ ପହଞ୍ଚି ବଣ୍ଡା ସମ୍ପ୍ରଦାୟର ମହିଳା ମାନଙ୍କୁ ଝାଡ଼ୁ ପ୍ରସ୍ତୁତି ଓ ପଣସ ଚିପ୍ସ ପ୍ରସ୍ତୁତିର ତାଲିମ ଦେଇଛି । ଏହା ସହିତ ମହିଳାମାନେ କିପରି ଆତ୍ମନିର୍ଭରଶୀଳ ହେବେ ସେ ବିଷୟରେ ପ୍ରୋତ୍ସାହନ କରିଛି ଓରମାସ । ଖୁବ ଅଳ୍ପଦିନ ମଧ୍ୟରେ ବଣ୍ଡା ଘାଟିରୁ ଝାଡୁ ଓ ପଣସ ଚିପ୍ସ ବିଭିନ୍ନ ସ୍ଥାନରେ ଉପଲବ୍ଧ ହେବ ବୋଲି ଓରମାସ ଆଶା ପ୍ରକାଶ କରିଛି ।