ସ୍ବାସ୍ଥ୍ୟ ସେବା ର ବିକଳ ଚିତ୍ର , ହୁଇଲ୍ ଚେୟାର ଠେଲି ଠେଲି ନାତି କୁ ଡାକ୍ତରଖାନା ଆଣିଲା ଜେଜେ ମା…

କରଞ୍ଜିଆ:  ସ୍ବାସ୍ଥ୍ୟ ସେବା ପାଇଁ ସରକାର ଅନେକ ଯୋଜନା ଥିବା ବେଳେ କେବଳ କାଗଜ କଲମ ରେ ଚାଲିଛି ସ୍ବାସ୍ଥ୍ୟ ସେବା , ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା , ଆମ ପ୍ରତିନିଧି ଅଭିଷେକ ପାଣିଗ୍ରାହୀ ବ୍ୟକ୍ତିଗତ କାମରେ ଯାଉଥିବା ସମୟରେ , ଜଣେ ଲୋକ ଏକ ଭିନ୍ନକ୍ଷମ ବାଳକ କୁ ହୂଇଲ ଚେୟାର ରେ ଠେଲି ଠେଲି ତାଙ୍କ ଜେଜେ ମା ଆଣୁଥିବା ଦେଖିଥିଲେ , ତାଙ୍କୁ ପଚାରିବାରୁ ସେ କହିଥିଲେ କି ଜର ନ ଛାଡ଼ିବାରୁ ବାଧ୍ୟ ହୋଇ ସୁକ୍ରୁଳୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲି ଏବଂ ଡାକ୍ତର ଙ୍କୁ ଦେଖେଇଲା ପରେ ଘରକୁ ଯାଉଚି ବୋଲି କହିଥିଲେ , ହେଲେ ଏ ବାବଦରେ ଆମେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର୍ ଙ୍କୁ ପଚାରିବାରୁ ସେ କହିଥିଲେ କି ଆମ୍ବୁଲାନ୍ସ ରେ ସେ ଯାଇ ପାରିବ ନି ଓଟ ରେ ନେଇ ଯିବା ବୋଲି କହିଥିଲେ ଓ ସିକ୍ୟୁରିଟି ଙ୍କୁ କହିଥିଲେ ଅଟୋ ଡାକି ତାଙ୍କୁ ପଠେଇ ବା ପାଇଁ , ତାହାଲେ ଏଠାରେ ପ୍ରଶ୍ନ ଆସୁଚି ସରକାରୀ ସ୍ବାସ୍ଥ୍ୟ ବିଭାଗ ପାଇଁ ଏତେ ସବୁ ବ୍ୟବସ୍ଥା ଥିଲେ ମଧ୍ୟ ଜଣେ କିଭଳି ଭାବେ ହୂଇଲ୍ ଚେୟାର ରେ ଠେଲି ଠେଲି ଚିକିତ୍ସା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ର କୁ ଜଣେ ଭିନ୍ନ କ୍ଷମ କୁ ୬ କିମି କଚା ରାସ୍ତା ଦେଇ ଆସୁଛନ୍ତି !

 

Leave a Reply

Your email address will not be published. Required fields are marked *