ସ୍ମାର୍ଟଫୋନ୍‌ ବ୍ୟାଟେରୀକୁ ଜଲଦି ଖରାପ କରୁଛି ଆପଣଙ୍କର ଏହି ଅଭ୍ୟାସ

ଫୋକସ ପ୍ଲସ 13/2/23(ବ୍ୟୁରୋ): ସମୟ ବଦଳଳୁଛି ତାସହିତ ସ୍ମାର୍ଟଫୋନ୍‌ ଟେକ୍ନୋଳୋଜି ବି ବହୁତ ଅଧିକ ଆଡଭାନ୍ସ ହୋଇ ହୋଇ ଚାଲିଛି । ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ ଫୋନ୍‌ ସହିତ ତାର ବ୍ୟାଟେରୀକୁ ନେଇ ମଧ୍ୟ କାମ କରୁଛି । ସମୟ ସହିତ ଫୋନ୍‌ ଯେତେ ସ୍ମାର୍ଟ ହେଉଛି ତାସହିତ ଅଧିକ ଫିଚର୍ସ କାରଣରୁ ବ୍ୟାଟେରୀ ଉପରେ ମଧ୍ୟ ପ୍ରଭାବ ପଡୁଛି ।ଏମିତି ପରିସ୍ଥିତିରେ ବ୍ୟାଟେରୀକୁ ମଜବୁତ କରିବା ଏବଂ ଏହାର ଲାଇଫକୁ ବଢ଼ାଇବା ବହୁତ ଅଧିକ ଜରୁରୀ ହୋଇଥାଏ ।ଆଜି ଆମେ ଆପଣଙ୍କୁ ସେହି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଆଣ୍ଡ୍ରଏଡ ଡିଭାଇସର ବ୍ୟାଟେରୀକୁ ଅଧିକ ବ୍ୟବହାର କରିପାରିବେ । ଆପଣ ନିଜର ସ୍ମାର୍ଟଫୋନ ବ୍ୟାଟେରୀ ଲାଇଫକୁ ବଢ଼ାଇବା ଏବଂ ଚାର୍ଜିଙ୍ଗକୁ ଲମ୍ବା ସମୟ ପର୍ଯ୍ୟନ୍ତ ଚଲାଇବା ପାଇଁ କିଛି ତରିକାକୁ ପାଳନ କରିପାରିବେ । ତେବେ କହିରଖିବାକୁ ଚାହିଁବୁ ଯେ ଆପଣଙ୍କ ଫୋନର ବ୍ୟାଟେରୀ ଲାଇଫ୍‌ ଆପଣଙ୍କ ସ୍ମାର୍ଟଫୋନ୍‌ ଟାଇପ୍‌ ଉପରେ ନିର୍ଭର କରିଥାଏ । ଏଥିପାଇଁ ନିଜ ସ୍ମାର୍ଟଫୋନ୍‌ ମ୍ୟାନୁଫ୍ୟାକ୍ଚର ହେଲ୍ପ ସାଇଟକୁ ଯାଇ ନିଜ ସ୍ମାର୍ଟଫୋନ୍‌ ପାଇଁ ସାହାଯ୍ୟ ପାଇପାରିବେ ।

ଏହା ଉପରେ ଦିଅନ୍ତୁ ଧ୍ୟାନ

ସବୁବେଳେ ନିଜ ସ୍ମାର୍ଟଫୋନ୍‌ ସହିତ ଆସୁଥିବା ପାଓ୍ଵାର ଆଡପଟରର ହିଁ ବ୍ୟବହାର କରିବା ଉଚିତ ।
ସବୁବେଳେ ବ୍ୟାଟେରୀକୁ ଫୁଲ୍‌ ଚାର୍ଜରେ ରଖିବା ଉଚିତ ଅର୍ଥାତ୍‌ ହିଟ୍‌ ହେବାକୁ ଆଦୌ ଦିଅନ୍ତୁ ନାହିଁ ।
ବ୍ୟାଟେରୀକୁ ଆବଶ୍ୟକରୁ ଅଧିକ କିମ୍ବା କମ୍‌ ଚାର୍ଜ କରନ୍ତୁନାହିଁ ।

ବ୍ୟାଟେରୀକୁ ଅଧିକ ସମୟ ପର୍ଯ୍ୟନ୍ତ କେମିତି ଚଲାଇବେ ଜାଣନ୍ତୁ :
ବ୍ୟାଟେରୀ ସେଭର ଏବଂ ଲୋ ପାଓ୍ଵାର ମୋଡକୁ ଚାଲୁ ରଖନ୍ତୁ ।
ସେହି ଜିନିଷର ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ, ଯାହାଦ୍ୱାରା ସ୍କ୍ରିନ୍‌ ଅନ୍‌ ରହୁଛି ।
ଫୋନକୁ ଲଗାତର ଇଣ୍ଟରନେଟ କନେକ୍ଟ କରି ରଖନ୍ତୁ ନାହିଁ ।
ବହୁତ ଅଧିକ ସୂଚନା ସମ୍ବନ୍ଧୀୟ ଜିନିଷ ଠାରୁ ଦୂରେଇ ରୁହନ୍ତୁ ।
କନେକ୍ଟିଭିଟୀ ଏବଂ ଲୋକେସନକୁ ଲିମିଟେଡ ରଖନ୍ତୁ ।

ଆପଣ ଯଦି ସ୍ମାର୍ଟ ଫୋନ୍କୁ ଭାଇବ୍ରେସନ ମୋଡରେ ରଖୁଛନ୍ତି, ତେବେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ରିଙ୍ଗଟୋନ ମୋଡ ତୁଳନାରେ ଭାଇବ୍ରେସନ ମୋଡରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ ।ରଂଗ ବେରଙ୍ଗ ଓ୍ଵାଲପେପର ରଖିବା ଦ୍ୱାରା ମଧ୍ୟ ବ୍ୟାଟେରୀ ଅଧିକ ଖର୍ଚ୍ଚ ହୋଇଥାଏ । ଯଦି ଫୋନରେ ୩ଡି ବା ଲାଇଭ ଓ୍ଵାଲପେପର ଲଗାଉଛନ୍ତି,ତେବେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ତେଣୁ କଳା ଧଳା ଓ୍ଵାଲପେପର ରଖନ୍ତୁ । ଇମେଲ , ଟ୍ଵିଟର, ହ୍ଵାଟ୍ସଆପ୍ ଆଦି ଅଟୋ ସିଙ୍କ ସପୋର୍ଟ କରୁଛି,ତେବେ ଲାଟେଷ୍ଟ ଅପଡେଟ ବ୍ୟାକ୍ ଗ୍ରାଉଣ୍ଡରେ ଚାଲିଥାଏ । ଫଳରେ ଅଧିକ ବ୍ୟାଟେରୀ ଖର୍ଚ୍ଚ ହୋଇଥାଏ । ତେଣୁ ସେଟିଂରେ ଏହାକୁ ପରିବର୍ତ୍ତନ କରନ୍ତୁ । ଆବଶ୍ୟକ ନଥିଲେ ଓ୍ଵାଇଫାଇ, ବ୍ଲୁଟୁଥ, ମୋବାଇଲ ଡାଟା ଅନ କରି ରଖନ୍ତୁ ନାହିଁ । ଏହା ବ୍ୟାଟେରୀ ଶୀଘ୍ର ନଷ୍ଟ କରିଥାଏ । ଯେଉଁ ମୋବାଇଲ ଆପ୍ ବ୍ୟବହାର କରିସାରିଛନ୍ତି ତା’ର ଆବଶ୍ୟକ ନାହିଁ, ତେବେ ଏହାକୁ ହଟାଇ ଦିଅନ୍ତୁ । ଅଯଥାରେ କୌଣସି ଏପ୍ଲିକେସନକୁ ଲୋକେସନ ଆକ୍ସିସ ଦିଅନ୍ତୁ ନାହିଁ । ମୋବାଇଲ ଫୋନର ବ୍ରାଇଟନେସକୁ ଅଟୋ ମୋଡରେ ରଖନ୍ତୁ । ଏହାଦ୍ୱାରା ବ୍ୟାଟେରୀ ଖର୍ଚ୍ଚ ଅଧିକ ହେବ ନାହିଁ । ମୋବାଇଲ ଫୋନକୁ ବାରମ୍ବାର ମଧ୍ୟ ଚାର୍ଜ କରିବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଥାଏ । ସେତେବେଳେ ଚାର୍ଜ କରନ୍ତୁ ଯେବେ ବ୍ୟାଟେରୀ ଅତି କମ ହୋଇଯାଏ । ୫୦ କିମ୍ବା ୬୦ % ଥିଲେ ମଧ୍ୟ ବେଳେ ବେଳେ ଆମେ ଚାର୍ଜ ଲଗାଇ ରଖିଥାଉ । ଏମିତି କରନ୍ତୁ ନାହିଁ ।
ବ୍ୟାଟେରୀ ସମସ୍ୟାକୁ ଦୂର କରନ୍ତୁ |
ନିଜ ସ୍ମାର୍ଟଫୋନକୁ ରିଷ୍ଟାର୍ଟ ବା ରିବୁଟ କରନ୍ତୁ ।
ଆଣ୍ଡ୍ରଏଡ୍‌ ଅପଡେଟ୍ସ ପାଇଁ ଚେକ୍‌ କରନ୍ତୁ ।
ଆପ୍‌ ଅପଡେଟ୍ସକୁ ଚେକ କରନ୍ତୁ ।
ଫ୍ୟାକ୍ଟରୀ ସେଟିଙ୍ଗ୍ସକୁ ରିସେଟ୍‌ କରନ୍ତୁ ।

Leave a Reply

Your email address will not be published. Required fields are marked *