ସ୍ମାର୍ଟ ସ୍କୁଲ ନାମରେ ଚାଲିଛି ହରିଲୁଟ

ଫୋକସ ପ୍ଲସ 10/6/22(ବିଞ୍ଝାରପୁର): ସ୍ମାର୍ଟ ସ୍କୁଲ ନାମରେ ଚାଲିଛି ହାରିଲୁଟ। ପୁରୁଣା ଓ ଫଟା କାନ୍ଥରେ ରଙ୍ଗ ମାରି ସରକାର ଙ୍କ 5ଟି ନାମକୁ କରାଯାଉଛି ଏଠି ବଦନାମ। ନିମ୍ନ ମାନର କାର୍ଯ୍ୟ କରି ସରକାରୀ ଅର୍ଥ କୁ ଚଳୁ କରିବା ପାଇଁ ଚାଲିଛି ଜୋରଦାର ପ୍ରୟାସ। ପ୍ରଶାସନ ଓ ଠିକା ସଂସ୍ଥା ର ଅସାଧୁ ମେଣ୍ଟ ଯୋଗୁ ୫ଟି ନା ରେ ଲାଗିଛି ଦାଗ। ଆଉ ଏଭଳି ଏକ ଅଭିଯୋଗ ଆସୁଛି ଯାଜପୁର ଜିଲ୍ଲା ବିଂଝାରପୁର ଯାହାକି ଖୋଦ ସରକାରୀ ଦଳ ର ପୂର୍ବତନ ମୁଖ୍ୟସଚେତିକା ତଥା ବର୍ତ୍ତମାନ ର ରାଜସ୍ବ ତଥା ବିପର୍ଯ୍ୟସ୍ତ ମନ୍ତ୍ରୀ ପ୍ରମିଳା ମଲ୍ଲିଙ୍କ ଅଞ୍ଚଳରେ। ଏହି ଅଞ୍ଚଳ ଚନ୍ଦ୍ରମୁଂହ ପଞ୍ଚାୟତ ରେ ଥିବା ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟକୁ ୫ଟି ମାଧ୍ୟମରେ ସ୍ମାର୍ଟ ସ୍କୁଲ ରେ ରୂପାନ୍ତରି ତ କରାଇବା ପାଇଁ ସରକାର ରାଜକୋଷରୁ ଲକ୍ଷାଧିକ ଟଙ୍କା ବ୍ୟୟବରାଦ ଥିବା ବେଳେ ଏସବୁ କାର୍ଯ୍ୟ ରେ ଅନିୟମିତତା ର ଅଭିଯୋଗ ନେଇ ଏବେ ଗ୍ରାମବାସୀ ଆନ୍ଦୋଳନ ପାଇଁ ହେଲେଣି ସଜବାଜ। ଗ୍ରାମବାସୀ ଙ୍କ ଅଭିଯୋଗ ବିଂଝାରପୁର ବିଡ଼ିଓ ଙ୍କ ନିକଟ ରେ ହେଇଥିବା ବେଳେ ବିଂଝାରପୁର ବିଡ଼ିଓ ସାଜିଛନ୍ତି ନିଦାବିଷ୍ଣୁ। ଏହି କର୍ଯ୍ୟ ଖୋଦ କନିଷ୍ଠ ଯନ୍ତ୍ରୀ ଙ୍କ ନାମରେ ଥିବା ବେଳେ ସଂପୃକ୍ତ ଠିକା ସଂସ୍ଥା ର କାର୍ଯ୍ୟକଳାପ୍ ନେଇ ଏବେ ଗ୍ରାମବାସୀ ଉଠାଇ ଛନ୍ତି ଅଙ୍ଗୁଳି। କାର୍ଯ୍ୟ ସାରିବା ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଥିବା ବେଳେ ନିମ୍ନ ମାନର କାର୍ଯକରି କରି ତରବରିଆ ଭାବେ ସାରି ଦେଇ ଉଦଘାଟନ କରି ଦେବାକୁ ପ୍ରଶାସନ ଚାହୁଁ ଥିବା ବେଳେ କଣ କୁହନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅପର ପକ୍ଷରେ ଗ୍ରାମବାସୀ ଙ୍କ ଅଭିଯୋଗ କୁ ବିଡ଼ିଓ କର୍ଣ୍ଣପାତ ନ କରିବା ରୁ ବିଦ୍ୟାଳୟ ଆଗରେ ଦେଇଥିଲେ ଧାରଣା । ଖାଲି ସେତିକି ନୁହଁ ବିଂଝାରପୁର ସୟଦପୁର ର ସର୍ବ ପୂରାତନ ବ୍ରଜସୁଅନ୍ଦର ଉଚ୍ଚ ବିଦ୍ୟାଳୟ, ପ୍ରିତିପୂର୍ ର ବିବି ହାଇସ୍କୁଲ, କପିଳା ର ଏସ ଜି ହାଇସ୍କୁଲ, ସିଂହପୁର ସ୍କୁଲ୍ ଭଳି ବ୍ଲକ୍ ର ଅନେକ ବିଦ୍ୟାଳୟ କୁ ୫ଟି ମାଧ୍ୟମ ରେ ସ୍ମାର୍ଟ୍ ସ୍କୁଲ୍ ରେ ପରିଣତ କରାଇଥିବା ବେଳେ ଏସବୁ କାର୍ଯ୍ୟ କୁ ସମ୍ପୂର୍ଣ ଠିକା ସଂସ୍ଥା ଓ କାର୍ଯ ତଦାରଖ ପାଇଁ ବିଭାଗୀୟ ଅଧିକାରୀଙ୍କ ମିଲିଭଗତ ରେ ହୋଇଛି ଲୁଟ। ତେବେ ଦେଖିବାକୁ ବାକି ରହିଲା ଏସବୁ ଉପରେ ରାଜ୍ୟ ସରକାର, ୫ ଟି ସଚିବ କି ପ୍ରକାର ପଦକ୍ଷପ ଗ୍ରହଣ କରୁଛନ୍ତି।

ବିଞ୍ଝାରପୁର ରୁ ରାଣାପ୍ରତାପ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *