ସ୍ଲିପିଙ୍ଗ ପିଲ୍ ଖାଉଛନ୍ତି କି? ସାବଧାନ!

ଅଧିକାଂଶ ଚାପ ଏବଂ ଚିନ୍ତାରେ ଥିବା ଯୋଗୁଁ ନିଦ ବଟିକା ବା ସ୍ଲିପିଙ୍ଗ ପିଲ୍ ନେଉଥିବାର ଆପଣମାନେ ଶୁଣିଥିବେ ନିଶ୍ଚିତ୍ । କିନ୍ତୁ ଆପଣ ଜାଣିଛନ୍ତି ଏହି ବଟିକା ସ୍ୱାସ୍ଥ୍ୟପ୍ରତି କେତେ କ୍ଷତିକାରଣ । ଶରୀର ଉପରେ ଏହା କି ପ୍ରକାରର ଦୁଷ୍ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ ନିଦ ବଟିକା ନେଉଥିବାର କିଛି ଦୁଷ୍ପ୍ରଭାବ ବିଷୟରେ କହିବାକୁ ଯାଉଛୁ । ଏହାସହିତ କିଭଳି ଭାବେ ଆପଣ ଏହାକୁ ସେବନ କରିବାରେ ବଞ୍ଚିତ ହେବେ ଏବଂ ବିନା ବଟିକାରେ କିଭଳି ସୁଖ ନିଦ୍ର ଶୋଇବେ ସେ ବିଷୟରେ ଜଣାଇବୁ ।

ଆପଣ ଯେଉଁ ନିଦ ବଟିକା ଅଭ୍ୟସ୍ତ ହୋଇଥିବେ ତାହା ଆପଣଙ୍କ ମସ୍ତିଷ୍କ ଉପରେ ନିଶ୍ଚିତ ରୂପେ ଖରାପ ପ୍ରଭାବ ପକାଉଥିବ । ଏହା ଆମେ ନୁହେଁ ବରଂ ନିକଟରେ ହୋଇଥିବା ଏକ ରସର୍ଚ୍ଚରୁ ଜଣାପଡିଛି । ନିଦ ବଟିକା ଆପଣଙ୍କ ସ୍ମୃତିଶକ୍ତିକୁ ଧୀରେ ଧୀରେ ଦୁର୍ବଳ କରିଦେଇଥାଏ । ଏପରିକି ବ୍ୟକ୍ତି ଭାବନା ଚିନ୍ତନାର କ୍ଷମତା ହ୍ରାସ ପାଇଥାଏ ।

ଦୁନିଆରେ ନିଦ ବଟିକା ନେଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ସ୍ତର ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ନିଦ ବଟିକା ସେବନ ଦ୍ୱାରା ରକ୍ତଚାପ ଏବଂ ହୃଦରୋଗର ଆଶଙ୍କା ବଢିଯାଏ । ସେଥିପାଇଁ ନିଦ ବଟିକା ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଯଦି ଆପଣ ନିୟମିତ ଭାବେ ନିଦ ବଟିକା ସେବନ କରିବେ ତେବେ କୋଷ୍ଠକାଠିନ୍ୟ, ଅଳସ, ସ୍ମୃତିଶକ୍ତି ଦୁର୍ବଳ, ପେଟ ଯନ୍ତ୍ରଣା, ଦୁର୍ବଳ ଭଳି ସମସ୍ୟା ସମ୍ମୁଖୀନ କରିପାରନ୍ତି ।

ସେଥିପାଇଁ ବିଳମ୍ବିତ ରାତି ପର୍ଯ୍ୟ ଟିଭି ମୋବାଇଲ ନଦେଖିକି ସଠିକ ସମୟରେ ଶୁଅନ୍ତୁ ଏବଂ ଉଠନ୍ତୁ । ଯାହା ଫଳରେ ଆପଣଙ୍କୁ ଭଲ ନିଦ ହେବ ଏବଂ ସତେଜ ଅନୁଭବ କରିବେ ।

ଶୋଇବା ପୂର୍ବରୁ ହାତ ଗୋଡ ଭଲକି ଧୋଇ ବିଛଣାକୁ ଯାଆନ୍ତୁ । ଏହାସହିତ ପାଦରେ ତେଲ ମସାଜ କରନ୍ତୁ । ଏହାଦ୍ୱାରା ନିଦ ନଆସିବାର ସମସ୍ୟା ଦୂର ହେବ ।

Leave a Reply

Your email address will not be published. Required fields are marked *